Posted inଜାତୀୟ

କାଶୀରେ ଖୋଲିଲା ପ୍ରଥମ ଓ୍ବାଟର ବ୍ୟାଙ୍କ: ଖାତା ଖୋଲିବାକୁ ଆଧାର ବାଧ୍ୟତାମୂଳକ

ବାରଣାସୀ,୪।୮: ଉତ୍ତର ପ୍ରଦେଶ କାଶୀର ଅଧିକାଂଶ ଅଞ୍ଚଳରେ ଏବେବି ଶୁଦ୍ଧ ପାନୀୟ ଜଳ ସଙ୍କଟ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଓ ବିଶାଳ ଭାରତ ସଂସ୍ଥା ଶକ୍କର ତାଲାବଠାରେ ଏକ ଓ୍ବାଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏଠାକୁ ଆସୁଥିବା ଲୋକଙ୍କୁ ନିୟମିତ ୨୦ରୁ ୮୦ ଲିଟର ପର୍ଯ୍ୟନ୍ତ ପାଣି ମାଗଣାରେ ମିଳିପାରିବ। ଆହୁରି ମଧ୍ୟ ଏଠାରୁ ପାଣି ନେଉଥିବା ଲୋକେ ଶପଥ କରିବେ କି ପାଣି ଯେପରି ନଷ୍ଟ ନ କରାଯାଏ। ଏବେ ଏହି ବ୍ୟାଙ୍କର ସୁବିଧା ପାଖାପାଖି ୨ଶହ ପରିବାର ପାଉଛନ୍ତି। ଏହି ବ୍ୟାଙ୍କରେ ଖାତା ଖୋଲିବାକୁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ତିନୋଟି ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ ମଧ୍ୟ ଆବଶ୍ୟକ ପଡୁଛି। ବ୍ୟାଙ୍କର ଚେୟାରମ୍ୟାନ ଡ. ରାଜୀବ ଶ୍ରୀବାସ୍ତବ କୁହନ୍ତି ସାଧାରଣ ବ୍ୟାଙ୍କ ଭଳି ଏହା କାମ କରୁଛି। ଏଥିରେ ଖାତା ଖୋଲିବା ସହ ଦିନକୁ କିଏ କେତେ ଲିଟର ପାଣି ନେଲେ ତାହା ଏଣ୍ଟ୍ରି କରାଯାଉଛି। ଆଉ ପାଣି ନେବା ପାଇଁ ଓ୍ବିଡ୍ରାଲ ଫର୍ମ ମଧ୍ୟ ପୂରଣ କରିବାକୁ ପଡୁଛି। ଏଠାରେ ମ୍ୟାନେଜରଙ୍କ ସମେତ ଆଉ ୬ ଜଣ କର୍ମଚାରୀ କାମ କରୁଛନ୍ତି। ତେବେ ଯେଉଁମାନେ ଏଠାରୁ ପାଣି ନେଉଛନ୍ତି ସେମାନେ ଏହାକୁ ଠିକ୍‌ ଭାବେ ଉପଯୋଗ କରୁଛନ୍ତି କି ନା ତା’ର କାଉନସିଲିଂ ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳ ସଂରକ୍ଷଣ ଯୋଜନାକୁ ଦେଖି ଏଭଳି ବ୍ୟାଙ୍କ ଖୋଲା ଯାଇଥିବା ଡ. ଶ୍ରୀବାସ୍ତବ କହିଛନ୍ତି। ଏହା ପାଇଳଟ ପ୍ରୋଜେକ୍ଟ ଭାବେ ଖୋଲା ଯାଇଥିବା ବେଳେ ଏହାର ସଫଳତାକୁ ଦେଖି ଆଗକୁ ଆହୁରି ଏମିତି ବ୍ୟାଙ୍କ ଖୋଲା ଯିବାର ବ୍ୟବସ୍ଥା ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri