କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

ନୂଆପଡ଼ା ଅଫିସ,୨୧।୪-ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଭଏଁଷାଟାଲ ଗ୍ରାମପଞ୍ଚାୟତ ଭଣ୍ଡାରପୁରୀ ଗାଁ ମଝିରେ ଥିବା ଏକ ବୃହଦାକାୟ ପିପଲ ଗଛ କାଳ ବୈଶାଖୀ ପ୍ରଭାବରେ ଭାଙ୍ଗି ପଡି ଘର ଉପରେ ପଡିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ବାପା ପୁନିତରାମ ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ନୂଆପଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗଣେଶୀବାଈ ତାଣ୍ଡି(୪୫) ଓ ଝିଅ ତୁଲସୀ ତାଣ୍ଡି(୧୫। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କାଳ ବୈଶାଖୀ ଯୋଗୁ ପ୍ରବଳ ଝଡତୋଫାନ ହୋଇଥିଲା। ଭଣ୍ଡାରପୁରୀ ଗାଁ ମଝିରେ ଥିବା ପିପଲ ଗଛ ହଠାତ୍‌ ଉପୁଡ଼ି ପଡି ପୁନିତରାମଙ୍କ ଦୁଇଟି ଇନ୍ଦିରାଆବାସ ଘର ଉପରେ ପଡିଥିଲା। ଫଳରେ ଘର ଦୁଇଟି ଭାଙ୍ଗି ପଡିଥିଲା।ଗୋଟିଏ ଘରେ ଶୋଇଥିବା ପୁନିତଙ୍କ ସ୍ତ୍ରୀ ଗଣେଶୀ ବାଈ ଏବଂ ତାଙ୍କ ଝିଅ ତୁଲସୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ଘରେ ଶୋଇଥିବା ପୁନିତ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଜୋଙ୍କ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଉଦ୍ଧାର କରି ନୂଆପଡାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତ ପୁନିତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଏକ ଅପମୃତ୍ୟୁ(୧୦/୧୯) ମାମଲା ରୁଜୁ କରିଛି।  ପୋଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପୁନିତ ଏବଂ ତାଙ୍କ ପୁଅ ମତିରାମ କାର୍ଯ୍ୟାଦେଶ ପାଇ ଦୁଇଟି ଇନ୍ଦିରାଆବାସ ନିର୍ମାଣ କରିଥିଲେ। ହେଲେ କିଛି ଦିନ ହେଲା ମତିରାମ ନିଜ ଶ୍ୱଶୁର ଘର ପରକୋଡରେ ରହୁଥିଲେ। ଗତ ୪ ମାସ ହେବ ପୁନିତରାମ ନିଜ ପରିବାର ସହ ଏହି ଦୁଇ ଇନ୍ଦିରାଆବାସରେ ରହୁଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri