କାଳବୈଶାଖୀ: ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଲା

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଜାରି ରହିଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର ଛପର ଉଡ଼ିବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି। ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ ତାର ଛିଣ୍ଡି ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। ବ୍ଲ୍ଳକର ସିମନବାଡ଼ି ସମେତ ଦାରିଙ୍ଗବାଡ଼ି, ତିଲୋରୀ, କିରିକୁଟି ଆଦି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ସିମନବାଡ଼ି ପାଟଖଣ୍ଡା ମନ୍ଦିର ଉପରେ ବିରାଟ ଗଛ ପଡ଼ି ରୋଷଶାଳ ସହ ମନ୍ଦିରର କ୍ଷତି ହୋଇଛି। ସୋମବାର ମଧ୍ୟ ଉକ୍ତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବହୁଘର ନଷ୍ଟ ହୋଇଥିଲା।