Posted inପୁରୀ

କାଳବୈଶାଖୀରେ ଭାଙ୍ଗିଲା ୭ଶହ ବିଦ୍ୟୁତ୍‌ଖୁଣ୍ଟ, ୩୦ ଟ୍ରାନ୍ସଫର୍ମର

ନିମାପଡ଼ା,୨୯ା୫(ଡି.ଏନ.ଏ.): ଓଡ଼ିଶାର କେତେକ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଅଚାନକ ପ୍ରବଳ ପବନ, ବିଜୁଳି ମାରିବା ସହ ବର୍ଷା ହୋଇଥିଲା। ବିଜୁଳିର ଶବ୍ଦ ଏତେ ଭୟାନକ ଥିଲା ଯେ ଲୋକଙ୍କ ନିଦ ଭାଙ୍ଗି ଦେବା ସହ ଭୟଭୀତ କରିଦେଇଥିଲା। ଏହି କାଳବୈଶାଖୀ ପ୍ରଭାବରେ ନିମାପଡ଼ା ବିଦ୍ୟୁତ୍‌ ବିଭାଗର ବହୁ କ୍ଷତି ଘଟିଛି। ୧ଶହରୁ ଊର୍ଦ୍ଧ୍ୱ ୧୧ ଓ ୧୩କେଭି ବିଦ୍ୟୁତ୍‌ଖୁଣ୍ଟ, ୬ଶହରୁ ଊର୍ଦ୍ଧ୍ୱ ଏଲ୍‌ଟି ଲାଇନ ବିଦ୍ୟୁତ୍‌ଖୁଣ୍ଟ ଏବଂ ୩୦ଟି ଟ୍ରାନ୍ସଫର୍ମର ଭାଙ୍ଗିରୁଜି ଯାଇଛି। ଫଳରେ ନିମାପଡ଼ା ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ ହୋଇପଡ଼ିଛି। ଏହାସହ ନିମାପଡ଼ା ମୁସଲିମ ବସ୍ତି, ତଳଅଣ୍ଢିଆ, ଦଳିତ ସାହି ସମେତ ବହୁ ଗ୍ରାମରେ ଶହଶହ ମାଟି କଚ୍ଚାଘର ଧରାଶାୟୀ ହୋଇପଡ଼ିଥିବାବେଳେ ଆଉ କେତେ ଘରର ଆଜବେଷ୍ଟସ ଉଡ଼ିଯାଇଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତଖୁଣ୍ଟ, ବହୁ ପୁରୁଣା ବଡ଼ ବଡ଼ ଗଛ ସବୁ ଉପୁଡି ନିକଟସ୍ଥ ଘରେ ଉପରେ ପଡ଼ି ଘର ଭାଙ୍ଗିଦେଇଛି। ଏ ନେଇ ଶୁକ୍ରବାର ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତୁରନ୍ତ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇ ନିମାପଡ଼ା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ, ସହାୟତା ଯୋଗାଇ ଦେବାକୁ ବିଦ୍ୟୁତ୍‌ ବିଭାଗ ନିର୍ବାହ ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସେଠୀ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ସାହୁ କୁହନ୍ତି, ଅଦିନିଆ ବର୍ଷା, ପବନ ଯୋଗୁ ବିଦ୍ୟୁତ ବିଭାଗ ପର୍ଯ୍ୟାପ୍ତ ପରିମାଣର କ୍ଷତି ଘଟିଛି। ଖୁବଶୀଘ୍ର ପୁନରୁଦ୍ଧାର କରାଯାଇ ବିଦ୍ୟୁତ ସଂଯୋଗ ଦିଆଯିବ। ଅନ୍ୟପଟେ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡିଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗଛ କାଟି ରାସ୍ତା ପରିଷ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ

ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri