Posted inପୁରୀ

କାଳବୈଶାଖୀରେ ଭାଙ୍ଗିଲା ୭ଶହ ବିଦ୍ୟୁତ୍‌ଖୁଣ୍ଟ, ୩୦ ଟ୍ରାନ୍ସଫର୍ମର

ନିମାପଡ଼ା,୨୯ା୫(ଡି.ଏନ.ଏ.): ଓଡ଼ିଶାର କେତେକ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଅଚାନକ ପ୍ରବଳ ପବନ, ବିଜୁଳି ମାରିବା ସହ ବର୍ଷା ହୋଇଥିଲା। ବିଜୁଳିର ଶବ୍ଦ ଏତେ ଭୟାନକ ଥିଲା ଯେ ଲୋକଙ୍କ ନିଦ ଭାଙ୍ଗି ଦେବା ସହ ଭୟଭୀତ କରିଦେଇଥିଲା। ଏହି କାଳବୈଶାଖୀ ପ୍ରଭାବରେ ନିମାପଡ଼ା ବିଦ୍ୟୁତ୍‌ ବିଭାଗର ବହୁ କ୍ଷତି ଘଟିଛି। ୧ଶହରୁ ଊର୍ଦ୍ଧ୍ୱ ୧୧ ଓ ୧୩କେଭି ବିଦ୍ୟୁତ୍‌ଖୁଣ୍ଟ, ୬ଶହରୁ ଊର୍ଦ୍ଧ୍ୱ ଏଲ୍‌ଟି ଲାଇନ ବିଦ୍ୟୁତ୍‌ଖୁଣ୍ଟ ଏବଂ ୩୦ଟି ଟ୍ରାନ୍ସଫର୍ମର ଭାଙ୍ଗିରୁଜି ଯାଇଛି। ଫଳରେ ନିମାପଡ଼ା ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ ହୋଇପଡ଼ିଛି। ଏହାସହ ନିମାପଡ଼ା ମୁସଲିମ ବସ୍ତି, ତଳଅଣ୍ଢିଆ, ଦଳିତ ସାହି ସମେତ ବହୁ ଗ୍ରାମରେ ଶହଶହ ମାଟି କଚ୍ଚାଘର ଧରାଶାୟୀ ହୋଇପଡ଼ିଥିବାବେଳେ ଆଉ କେତେ ଘରର ଆଜବେଷ୍ଟସ ଉଡ଼ିଯାଇଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତଖୁଣ୍ଟ, ବହୁ ପୁରୁଣା ବଡ଼ ବଡ଼ ଗଛ ସବୁ ଉପୁଡି ନିକଟସ୍ଥ ଘରେ ଉପରେ ପଡ଼ି ଘର ଭାଙ୍ଗିଦେଇଛି। ଏ ନେଇ ଶୁକ୍ରବାର ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତୁରନ୍ତ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇ ନିମାପଡ଼ା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ, ସହାୟତା ଯୋଗାଇ ଦେବାକୁ ବିଦ୍ୟୁତ୍‌ ବିଭାଗ ନିର୍ବାହ ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସେଠୀ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ସାହୁ କୁହନ୍ତି, ଅଦିନିଆ ବର୍ଷା, ପବନ ଯୋଗୁ ବିଦ୍ୟୁତ ବିଭାଗ ପର୍ଯ୍ୟାପ୍ତ ପରିମାଣର କ୍ଷତି ଘଟିଛି। ଖୁବଶୀଘ୍ର ପୁନରୁଦ୍ଧାର କରାଯାଇ ବିଦ୍ୟୁତ ସଂଯୋଗ ଦିଆଯିବ। ଅନ୍ୟପଟେ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡିଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗଛ କାଟି ରାସ୍ତା ପରିଷ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri