କାଲିଫର୍ନିଆ ଫୁଡ୍‌ ଫେଷ୍ଟିଭାଲରେ ଗୁଳିକାଣ୍ଡ: ୪ ମୃତ, ୧୧ ଆହତ

କାଲିଫର୍ନିଆ,୨୯।୭: ଆମେରିକାର କାଲିଫର୍ନିଆରେ ଆୟୋଜିତ ହୋଇଥିବା ଫୁଡ୍‌ ଫେଷ୍ଟିଭାଲରେ ରବିବାର କେତେଜଣ ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି। ତେବେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ୩ ଦିନ ଧରି ଚାଲିଥିବା ଏହି ଗାର୍ଲିକ ଫେଷ୍ଟିଭାଲ ରବିବାର ଶେଷ ହୋଇଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି।

Share