କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ ସହର ଲସ୍‌ଏଞ୍ଜେଲସ୍‌କୁ ବ୍ୟାପିଛି। ଏହି ଅଗ୍ନିକାଣ୍ଡ ଯୋଗୁ ୩ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ହଲିଉଡ୍‌ ଷ୍ଟାରଙ୍କ ଅଟ୍ଟାଳିକା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ହଲିଉଡ ଅଭିନେତା ଅର୍ନାଲ୍ଡ ସ୍ବାର୍ଜନେଗର, କାର୍ଲ ଗ୍ରେଗ, ବାସ୍କେଟବଲ ଖେଳାଳି ଲେବ୍ରୋନ ଜେମ୍ସଙ୍କ ଭଳି ବହୁ କଳାକାରଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି। କେବଳ ହଲିଓଡ୍‌ କଳାକାର ନୁହଁନ୍ତି, ପ୍ରାୟ ୧୦ହଜାର ଲୋକଙ୍କୁ ସେଠାରୁ ବିସ୍ଥାପନ କରାଯାଇଛି। ଖାଲି ସେତିକି ନୁହେଁ, ୧୫୦ ବର୍ଷ ପୁରୁଣା ସୋଢା ଓ୍ବାଇନାରି ଫ୍ୟାକ୍ଟ୍ରି ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଏହି ନିଆଁ ଏତେ ଭୟଙ୍କର ଯେ ପ୍ରାୟ ୯ହଜାର ହେକ୍ଟର ପର୍ଯ୍ୟନ୍ତ ବ୍ୟାପିଥିବା କୁହାଯାଉଛି।

Share