କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୟୁରେକା ଅଞ୍ଚଳରେ ହୋଇଛି। ଏହାଦ୍ୱାରା ସୁନାମି ଆସିବାର ଆଶଙ୍କା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ସୁନାମୀ ସତର୍କତା ଜାରି କରାଯାଇ ନାହିଁ। ଏହି ଭୂକମ୍ପ ଫର୍ଚୁନାରୁ ୨୩ ମାଇଲ୍‌, ୟୁରେକାରୁ ୩୬ ମାଇଲ୍‌ ଓ ବେସାଇଡ୍‌ରୁ ୪୦ ମାଇଲ ଦୂରରେ ଅନୁଭୂତ ହୋଇଛି।

Share