କାର-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ

ଫୁଲବାଣୀ ଅଫିସ, ୩୦ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର ଶନିବାର ବେପରୁଆ ଗାଡି ଚାଳନା କାଳ ହୋଇଛି ା ଏକ କାର ସହ ବାଇକ୍‌ ଧକ୍କା ହେବାରୁ ବାଇକ୍‌ରେ ଥିବା ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ା ମୃତକ ହେଲେ ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର ପ୍ରଦୀପ ବଗାର(୨୭), ନରେଶ ବଗାର(୨୫) ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ା ଗୁରୁତର ଅବସ୍ଥାରେ କାର ଡ୍ରାଇଭରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି ା
ସୂଚନାନୁସାରେ, ମୃତ ନରେଶ ଓ ପ୍ରଦୀପ ଦୁହେଁ ସମ୍ପର୍କୀୟ ଭାଇ ା ସେମାନେ ସକାଳୁ ଘରୁ ଫୁଲବାଣୀ ମୋବାଇଲ ଫୋନ କିଣିବାକୁ ଆସିଥିଲେ ା ଫୋନ କିଣି ସାରିବା ପରେ ଜଳଖିଆ ଖାଇ ଘରକୁ ବାହାରିଥିଲେ ା ସେମାନେ ଫୁଲବାଣୀ-ଫିରିଙ୍ଗଆ ରାସ୍ତାରେ ଯାଉଥିଲେ ା ବରପଦା ପାଖରେ ଫିରିଙ୍ଗିଆ ପଟୁ ଆସୁଥିବା ଏକ କାର ସହ ସେମାନଙ୍କ ମୁହଁାମୁହିଁ ଧକ୍କା ହୋଇଥିଲା ା ଘଟଣାସ୍ଥଳରେ ହିଁ ସେମାନଙ୍କର ମତ୍ୟୁ ହୋଇଥିଲା। କାର ଚାଳକ ଭୁବନେଶ୍ୱର ଓଲଡ୍‌ ଟାଉନର ଜିତେନ୍ଦ୍ର ପାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ା ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?