କାର ଦୁର୍ଘଟଣା: ୪ ଗୁରୁତର

ଭଣ୍ଡାରିପୋଖରୀ, ୯ା୩(ଡ଼ି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ଛକଠାରେ ସୋମବାର ପ୍ରତ୍ୟୁଷରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ (ନଂ. ଓ୧୭ ଏଫ୍‌ ୬୩୦୮) ଭଦ୍ରକ ପଟୁ କଟକ ଆଡ଼କୁ ଯାଉଥିବା ବେଳେ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ପାର୍ଶ୍ୱରେ ଖୋଳାଯାଇଥିବା ଖାଲକୁ ଓଲଟି ପଡିଥିଲା। କାର୍‌ରେ ଥିବା ଜଣେ ଶିଶୁଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।