କାର କାଚ ଭାଙ୍ଗି ଲୁଟ୍‌ ଘଟଣା, ୪ ଗିରଫ

କଟକ ରୋଡ,୪ା୧୦(ଡି.ଏନ୍‌.ଏ) : କାର କାଚ ଭାଙ୍ଗି ଲୁଟ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ବିକାଶ ନାଳି, କେନ୍ଦୁଝରର ରୁଦ୍ର ମିଶ୍ର, ପୁରୀ ମାର୍କଣ୍ଡେଶ୍ୱର ଅଞ୍ଚଳର ପୁରିଆ ପାତ୍ର ଓ ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ଭୋଇସାହିରେ ରହୁଥିବା ଚିଣ୍ଟୁ ସାହୁ। ଗତ ୧ତାରିଖ ଅପରାହ୍ନରେ ପୁରୀର ବିଷ୍ଣୁପଦ ମହାନ୍ତି ତାଙ୍କ କାରକୁ ପୁରୁଣା ଷ୍ଟେଶନ ବଜାର ଛକରେ ପାର୍କିଂ କରିଥିବା ବେଳେ ଅଭିଯୁକ୍ତମାନେ ବିଷ୍ଣୁପଦଙ୍କୁ ଗାଡି ଆଗରେ କିଛି ପଡ଼ିଥିବା କହିଥିଲେ। ଏହା ପରେ ସେ ଅନ୍ୟମନଷ୍କ ହେବା ପରେ କାଚ ଭାଙ୍ଗି ଏକ ବ୍ୟାଗ ସହ ୫ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ୨୭୧/୧୯ରେ ଏକ ମାମଲା ରୁଜୁ ହୋଇଥିଲା।