Categories: ଜାତୀୟ

କାର୍‌ ମାଲିକ ନାଁରେ କଟିଲା ସବୁଠାରୁ ଅଧିକ ଟଙ୍କାର ଚାଲାଣ

ଅହମ୍ମଦାବାଦ,୩୦।୧୧: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପୋଲିସ ଲୋକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାଲାଣ କାଟିବା ଆରମ୍ଭ କରିଛି। ପ୍ରତିଦିନ ଅଧିକରୁ ଅଧିକ ଟଙ୍କାର ଚାଲାଣ ଆଦାୟ କରାଯାଉଥିବା ଖବର ସାମ୍ନାକୁ ଆସୁଛି। କିନ୍ତୁ ଗୁଜରାଟର ଜଣେ କାର୍‌ ମାଲିକଙ୍କର ପୋଲିସ ଯେତିକି ଚାଲାଣ କାଟିଛନ୍ତି, ସେହି ଟଙ୍କାରେ ଗୋଟିଏ ନୂଆ କାର କିଣାଯାଇପାରିବ ବୋଲି ଆଲୋଚନା ହେଉଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ଅହମ୍ମଦାବଦ ନଗରର ସିନ୍ଧୁଭବନ ରୋଡ ନିକଟରେ ନାମୀଦାମି ଗାଡି ପର୍ସି ଚଢୁଥିବା ଜଣେ ମାଲିକଙ୍କୁ ପୋଲିସ ଅଟକାଇଥିଲେ। ଗାଡି ମାଲିକଙ୍କର ନମ୍ବର ପ୍ଲେଟ, କାଗଜପତ୍ର ଓ ଲାଇସେନ୍ସ ନ ଥିବାରୁ ତାଙ୍କଠାରୁ ହଜାରେ କି ଦୁଇ ହଜାର ନୁହେଁ ବରଂ ୯ଲକ୍ଷ ୮୦ ହଜାର ଟଙ୍କାର ପୋଲିସ ଚାଲାଣ କାଟିଥିବା ଜଣାପଡ଼ିଛି। ପର୍ସି ଗାଡିର ଦାମ୍‌ ୨କୋଟି ହୋଇଥିବା ବେଳେ ଏହା ଏବେ ପର୍ଯ୍ୟନ୍ତର ସର୍ବାଧିକ ଚାଲାଣ ବୋଲି କୁହାଯାଉଛି।

Share