କାର୍‌ ବୋମା ବିସ୍ଫୋରଣ

କାବୁଲ,୭।୮: ଆଫଗାନିସ୍ତାନ କାବୁଲରେ କାର୍‌ ବୋମା ବିସ୍ଫୋରଣରେ ୯୫ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଡିଷ୍ଟ୍ରିକ୍ଟ-୬ ମୁଖ୍ୟାଳୟକୁ ଟାର୍ଗେଟ କରି ଏପରି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି କରାଯାଇଥିବା ପ୍ରଶାସନ ସୂଚନା ଦେଇଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହିତ ଏହାର ତଦନ୍ତ ଜାରି ରହିଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପ୍ରବକ୍ତା ନୁସରତ୍‌ ରାହିମି ସୂଚନା ଦେଇଛନ୍ତି।

Share