କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କଲେ ଆଫଗାନିସ୍ତାନର ଯୁବତୀ

କାବୁଲ,୨୧।୫: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ଅନେକ ଦେଶରେ ଏହାର ଚିକିତ୍ସା ପାଇଁ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହେଉଛି। ଏହିକ୍ରମରେ ଏବେ ଆଫଗାନ୍ତିସ୍ତାନର କେତେଜଣ ଯୁବତୀ/ମହିଳା କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କରିଥିବା ଜଣାପଡିଛି। ଏମାନେ ସମସ୍ତେ ରୋବୋଟିକ୍ସର ଛାତ୍ରୀ ଓ ଭେଣ୍ଟିଲେଟର ତିଆରି କରୁଥିବା ଏକ ଟିମ୍‌ରେ ସାମିଲ ଅଛନ୍ତି ବୋଲି ଜଣାପଡିଛି। ବିବିସିର ଏକ ରିପୋର୍ଟରୁ ଜଣାପଡିଛି କି ୨୦୧୭ରେ ମଧ୍ୟ ଏମାନେ ଆସିଥିଲେ ଚର୍ଚ୍ଚାକୁ। ଆମେରିକାର ଏକ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଏମାନେ ପୁରସ୍କାର ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେମାନେ ଯେଉଁ ଭେଣ୍ଟିଲେଟର ତିଆରି କରିଛନ୍ତି ତାହା ମେ’ ମାସ ଶେଷ ବେଳକୁ ମାର୍କେଟକୁ ଆସିଯିବ ଓ ଅନ୍ୟ ଭେଣ୍ଟିଲେଟର ତୁଳନାରେ ଏହାର ଦାମ୍‌ ମଧ୍ୟ କମ୍‌ ରହିବ ବୋଲି ଜଣାପଡିଛି। ତେବେ ଆଫଗାନିସ୍ତାନର ଜନସଂଖ୍ୟା ପାଖାପାଖି ୩ କୋଟି ୮୯ ଲକ୍ଷ ହୋଇଥିବା ବେଳେ ସେଠାରେ ମାତ୍ର ୪ ସହ ଭେଣ୍ଟିଲେଟର ଥିବା ସରକାରୀ ଭାବେ କୁହାଯାଏ। ଏବେ ଏହି ଯୁବତୀମାନେ ତିଆରି କରିଥିବା ଭେଣ୍ଟିଲେଟର ଆଫଗାନିସ୍ତାନରେ କରୋନା ଭାଇରସ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଉଛି।

Share