ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର ଅବମନାନା ସାଙ୍ଗକୁ ସବୁ ବର୍ଗର ଗାଡିରେ ଅତ୍ୟାଧୁନିକ ସୁବିଧା ନ ଥିବାରୁ ସଡ଼କ ଦୁର୍ଘଟଣାରେ ମଧ୍ୟ ଜୀବନ ଯାଉଛି। ଏପରିକି ଚାରିଚକିଆ (କାର୍) ଯାନ ଦୁର୍ଘଟଣାରେ ଉଭୟ ପକ୍ଷର ଜୀବନ ଯାଉଥିବା ବେଳେ ଅଧିକାଂଶ କାରରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥାଇ ମଧ୍ୟ ଲୋକଙ୍କ ଜୀବନ ଯାଉଛି। ଏହାକୁ ନଜରରେ ରଖି ସରକାର ଏକ ବୈଷୟିକ କମିଟି ଜରିଆରେ ଉକ୍ତ ସମସ୍ୟା (କାର୍ ଦୁର୍ଘଟଣା) ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ କୁହାଯାଇଥିଲା। ବିଶେଷଜ୍ଞ ଦଳର ସୂଚନା ଅନୁଯାୟୀ ଅଧିକାଂଶ ଦୁର୍ଘଟଣା କାର୍ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା (ଏୟାର ବ୍ୟାଗ୍) ର ତ୍ରୁଟି ବା ସଂଖ୍ୟା କମ୍ ଥିବାରୁ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ଫଳରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇରେ ଘୋଷଣା କରିଥିଲେ ଯେ ୨୦୨୨ ଅକ୍ଟୋବର ୧ ରୁ ଭାରତୀୟ ବଜାରରେ ବିକ୍ରି ହେଉଥିବା କାର୍ଗୁଡିକରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା। ହେଲେ କୋଭିଡ୍ କାରଣରୁ କେତେକ ସମସ୍ୟା ଓ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ଯୋଗୁ ଉକ୍ତ (୬ଟି ଏୟାରବ୍ୟାଗ୍) ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ବିଭିନ୍ନ ସ୍ତରରୁ ପ୍ରସ୍ତାବ ଆସିଥିଲା। ଏପରିକି ଆଉ କିଛି ଦିନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅଟୋଶିଳ୍ପ ପକ୍ଷରୁ ଅନୁରୋଧ ବା ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣକରି ସରକାର ମଧ୍ୟ ସମୟ ବୃଦ୍ଧି କରିଛନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, କାର୍ଗୁଡିକରେ ୬ଟି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଆଉ ୧ବର୍ଷ ଘୁଞ୍ଚାଇ ଦେଇଛନ୍ତି। ୨୦୨୩ ଅକ୍ଟୋବର ୧ରୁ କାର୍ରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୧ ପରିବର୍ତ୍ତେ ୨୦୨୩ ଅକ୍ଟୋବର ୧ ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶାବଳୀକୁ ସରକାର ସ୍ଥଗିତ ରଖିଛନ୍ତି।
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଲୋଇସିଂହାର ଭବ୍ୟ ସାଗତ ସମ୍ବର୍ଦ୍ଧନା
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ
ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...
ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ
ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…
ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...
Archives


