କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ:  ସିଟି ବସ୍‌ଷ୍ଟାଣ୍ଡରୁ ୩ ରୁଟ୍‌ରେ ଚାଲିଲା ୧୦ ସିଟିବସ

ବ୍ରହ୍ମପୁର ଅଫିସ,୩ା୧୦-ଦୀର୍ଘ ୩ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ ା ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଅନ୍ୟ ଜିଲାକୁ ଯାତାୟାତ କରୁଥିବା ସମସ୍ତ ଓଏସ୍‌ଆରଟିସି ବସ୍‌ ଟର୍ମିନାଲରୁ ବୁଧବାର ଚଳାଚଳ ଆରମ୍ଭ କରିଛି ା ଦିନରେ ୩ ଟି ବସ୍‌ ଷ୍ଟାଣ୍ଡରୁ ଯାଇଥିବା ବେଳେ ସନ୍ଧ୍ୟା ଓ ରାତିିରୁ ସମସ୍ତ ଓଏସ୍‌ଆରଟିସି ବସ୍‌ ଷ୍ଟାଣ୍ଡରୁ ଚଳାଚଳ କରିବା ନେଇ ସୂଚନା ମିଳିଛି ା ଅନ୍ୟପକ୍ଷରେ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ସିଟି ବସ୍‌ଷ୍ଟାଣ୍ଡ ତଥା ସହର ମଧ୍ୟକୁ ଯାତାୟାତ ସୁବିଧା ନିମିତ୍ତ ୩ ରୁଟରେ ୧୦ ସିଟି ବସ୍‌ ଚଳାଚଳ କରିଥିବା ସୂଚନା ମିଳିିଛି ା ବ୍ରହ୍ମପୁର ସହର ମଧ୍ୟରେ ବସ ୍‌ଚଳାଚଳ ଯୋଗୁ ଟ୍ରାଫିକ ସମସ୍ୟା ହ୍ରାସ ପାଇଁ ୨୦୧୬ରେ ହଳଦିଆପଦରରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ଉଦ୍‌ଘାଟିତ ହୋଇଥିଲା ା ଉଦ୍‌ଘାଟନର ଦୀର୍ଘ ୩ ବର୍ଷ ପରେ ଏହି ଅତ୍ୟାଧୁନିକ ଟର୍ମିନାଲ ବୁଧବାରରୁ କାର୍ଯ୍ୟକ୍ଷମ ହୋଇଛି ା ଜିଲା ପ୍ରଶାସନର ପୂର୍ବ ନିଷ୍ପତ୍ତି ପ୍ରକାରେ ପ୍ରଥମ ପର୍ଯ୍ୟାୟରେ ଟର୍ମିନାଲରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ପ୍ରାୟ ୧୭ ଓଏସ୍‌ଆର୍‌ଟିସି ବସ୍‌ ଯାତାୟାତ ଆରମ୍ଭ କରିଛି ା ବୁଧବାର ବାଲିମେଳା, ବଡଗଡ ଓ ହୀରାକୁଦକୁ ବସ୍‌ ଚଳାଚଳ କରିଥିବା ବେଳେ ସନ୍ଧ୍ୟାରେ ପଦ୍ମପୁର, ବଲାଙ୍ଗୀର ଓ ବୁର୍ଲାକୁ ମଧ୍ୟ ବସ୍‌ ଯାତାୟାତ କରିଛି ା ତେବେ ଆନ୍ଧ୍ର ଦେଇ ଯାତାୟାତ କରୁଥିବା ବସ୍‌ ସିଧାସଳଖ ଟର୍ମିନାଲରୁ ଜାତୀୟ ରାଜପଥ ଦେଇ ଯାତାୟାତ କରିଥିବା ବେଳେ ଅନ୍ୟାନ୍ୟ ବସ୍‌ଗୁଡିକ ଲାଞ୍ଜିପଲ୍ଲୀ, କମାପଲ୍ଲୀ, ସିଟି ବସ୍‌ଷ୍ଟାଣ୍ଡ ଓ ଗେଟବଜାର ଦେଇ ଯାତାୟାତ କରିଛି ା ସିଟି ବସ୍‌ଷ୍ଟାଣ୍ଡରେ ଓଏସ୍‌ଆରଟିସି ବସ୍‌ଗୁଡିକ ମାତ୍ର ୧୦ମିନିଟ ପାଇଁ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପ୍ରଥମଦିନରେ ମାତ୍ର ୨ ଟି ଟିକେଟ ବିକ୍ରି ହୋଇଥିବା ଜଣାପଡିଛି। ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପରେ ଓଏସ୍‌ଆର୍‌ଟିସିରେ କାର୍ଯ୍ୟରତ କର୍ମଚାରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ପଦ୍ମପୁରକୁ ଯାତାୟାତ କରୁଥିବା ଓଏସ୍‌ଆର୍‌ଟିସିର ଡ୍ରାଇଭର ନିରଞ୍ଜନ ଗରସେଲ କହିଛନ୍ତି, ସିଟି ବସ୍‌ଷ୍ଟାଣ୍ଡରୁ ଏଠାରେ ସୁବିଧା ଭଲ ରହୁଛି ା ଶୌଚାଳୟ ସୁବିଧା ଅଛି, କିନ୍ତୁ ପାନୀୟ ଜଳରେ କେତେକ ସମସ୍ୟା ରହିଛି ା ଖାଇବା ପାଇଁ ଟିକେ ବାହାରକୁ ଦୂରକୁ ଯିବାକୁ ପଡୁଛି ା ଖୁବଶୀଘ୍ର ବସ୍‌ଷ୍ଟାଣ୍ଡରେ ଖାଇବା, କ୍ୟାଣ୍ଟିନ ବ୍ୟବସ୍ଥା ଓ ଶୌଚାଳୟ ପରିଚାଳନା ନିମିତ୍ତ କର୍ମଚାରୀ ନିଯୁକ୍ତି, ପାନୀୟ ଜଳ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବସ୍‌ଷ୍ଟାଣ୍ଡରୁ କଣ୍ଟ୍ରାକ୍ଟ କ୍ୟାରିୟର ଯଥା ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ସ୍ଥାନକୁ ଯାତାୟାତ କରୁଥିବା କଣ୍ଟ୍ରାକ୍ଟ କ୍ୟାରିୟର ବସ୍‌ଗୁଡିକ ମଧ୍ୟ ଷ୍ଟାଣ୍ଡରୁ ଚଳାଚଳ ଆରମ୍ଭ କରିଛି ା ଏହାବାଦ୍‌ ସହର ମଧ୍ୟକୁ ତଥା ସିଟି ବସ୍‌ଷ୍ଟାଣ୍ଡରୁ ଚଳାଚଳ କରୁଥିବା ଆନ୍ଧ୍ର ଘରୋଇ ବସ୍‌ଗୁଡିକୁ ସ୍ଥାନାନ୍ତର କରିବା ଦିଗରେ ମଧ୍ୟ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ା
ଏହାବ୍ୟତୀତ ଯାତ୍ରୀଙ୍କ ସୁବିଧା ନିମିତ୍ତ ହଳଦିଆପଦରରୁ ୩ ରୁଟ୍‌ରେ ୧୦ ସିଟି ବସ୍‌ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି ା ହଳଦିଆପଦରରୁ ସିଟି ବସ୍‌ଷ୍ଟାଣ୍ଡ ହୋଇ ଜଗଦଳପୁର, ହଲଦିଆପଦର ବସ୍‌ଷ୍ଟାଣ୍ଡରୁ ଲାଞ୍ଜିପଲ୍ଲୀ ଓଭରବ୍ରଜ ଦେଇ ସିଟି ବସ୍‌ଷ୍ଟାଣ୍ଡ ଏବଂ ହଳଦିଆପଦରରୁ ଗୋପାଳପୁର ଜଙ୍କସନ ଓଭରବ୍ରିଜ ହୋଇ ସିଟିବସ୍‌ଷ୍ଟାଣ୍ଡ ପ୍ରମୁଖ ୩ ରୁଟରେ ୧୦ ସିଟିବସ ଚଳାଚଳ ଆରମ୍ଭ କରିଛି ା ଏହାର ଦିବା ଓ ରାତ୍ର ବିଭିନ୍ନ ସମୟରେ ଚଳାଚଳ କରିବା ନେଇ କମିଶନର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri