କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ

କଟକ ଅଫିସ,୨୧ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ଜାରି ହୋଇଛି। ବିଶ୍ୱବିଦ୍ୟାଳୟର କମ୍ପ୍‌ଟ୍ରୋଲର ଅଫ ଫାଇନାନ୍ସ(ସିଓଏଫ୍‌) ଶୁଭେନ୍ଦୁ ସୁବର୍ଣ୍ଣେଶ୍ୱର ରଏ ଏବେ ଅସ୍ଥାୟୀ ଭାବେ କୁଳସଚିବ ଦାୟିତ୍ୱ ତୁଲାଇବେ। ତେବେ ଅଶୋକଙ୍କ ଅଚାନକ ବଦଳିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର କେତେଜଣ ବରିଷ୍ଠ ପଦାଧିକାରୀଙ୍କ ସହିତ ଅଶୋକଙ୍କ ମନୋମାଳିନ୍ୟ ଓ କାର୍ଯ୍ୟ କରିବାର ତରିକା ଖାପ ଖାଉ ନ ଥିବାରୁ ତାଙ୍କ ନାମରେ କୁଳାଧିପତିଙ୍କ ନିକଟକୁ କିଛିଦିନ ତଳେ ଚିଠି ଲେଖାଯାଇଥିଲା। ଏହାର ପରିଣାମ ସ୍ବରୂପ ଅଶୋକଙ୍କୁ ବଦଳି ନିର୍ଦ୍ଦେଶ ମିଳିଥିବା ଆଲୋଚନା ହେଉଛି। ଏହା ପୂର୍ବରୁ କୁଳସଚିବ ଦାୟିତ୍ୱରେ ଥିବା ମହେଶ୍ୱର ଅଗସ୍ତିଙ୍କୁ ମଧ୍ୟ ଅଚାନକ ବଦଳି ଆଦେଶ ମିଳିଥିଲା। ଏହି ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ କାର୍ଯ୍ୟକାଳ ଅବଧି ୩ ବର୍ଷ ରହିଛି। କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଦୁଇ ଦୁଇ ଜଣ କୁଳସଚିବ ବଦଳି ହୋଇ ସାରିଲେଣି। ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ବିରୋଧ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ବିଶ୍ୱବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ସହ କୁଳସଚିବଙ୍କ କାର୍ଯ୍ୟଧାରା ଖାପ ଖାଉ ନ ଥିବାରୁ ଏଭଳି ଘଟଣା ପୁନରାବୃତ୍ତି ହେଉଛି ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
୨୦୧୮ ନଭେମ୍ବର ୧ ତାରିଖରେ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଅଶୋକ କୁମାର ଦାଶ। ରାଜ୍ୟର ଜଣେ ବରିଷ୍ଠ ପ୍ରଶାସକ ଭାବେ ଅଶୋକଙ୍କ ଖ୍ୟାତି ଥିଲା। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଅତିରିକ୍ତ ତହସିଲଦାର, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସମ୍ପାଦକ, ଖୋର୍ଦ୍ଧା ଉପଜିଲାପାଳ, ରାଜ୍ୟ ନିର୍ବାଚନ ଆୟୋଗର ସ୍ବତନ୍ତ୍ର ସଚିବ ଭାବେ ଅଶୋକ ପୂର୍ବରୁ କାର୍ଯ୍ୟ କରିଥିଲେ। ସେ ରେଭେନ୍‌ଶା ଶିକ୍ଷାନୁଷ୍ଠାନର ଜଣେ ପୂର୍ବତନ ଛାତ୍ର ହୋଇଥିବାରୁ ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ଗ୍ରହଣ ସମୟରେ କହିଥିଲେ। ହେଲେ ଦାୟିତ୍ୱ ଗ୍ରହଣ ପରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ବିରୋଧୀ ପାଲଟି ଯାଇଥିଲେ। ଅଶୋକଙ୍କ ନିଷ୍ପତ୍ତିକୁ ବିଭିନ୍ନ ସମୟରେ ବିରୋଧ କରାଯାଉଥିଲା। ବିଶ୍ୱବିଦ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୁଳସଚିବଙ୍କ ଅନୁପସ୍ଥିତି ବଦଳିର ପୂର୍ବାଭାସ ବୋଲି ଜଣାପଡୁଥିଲା। ଏ ସମ୍ପର୍କରେ ଅଶୋକ କୁହନ୍ତି, ମୋ ନଁାରେ ଯେଉଁ ଅଭିଯୋଗ ହୋଇଛି ତାହା କେବଳ ପିଲାଳିଆମି। ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ପଦକ୍ଷେପ ନିଆଯାଉ। ମୁଁ ମଧ୍ୟ ଏଠାରୁ ବିରତି ଚାହୁଁଥିଲି ବୋଲି ଅଶୋକ କହିଛନ୍ତି। କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ କେବଳ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri