Posted inଖେଳ

କାର୍ନି ଶୁଟିଂ ରେଞ୍ଜରେ ଶୁଟରଙ୍କ ମାରପିଟ୍‌

ନୂଆଦିଲ୍ଲୀ,୨୧।୧୦- ସ୍ଥାନୀୟ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ସଭିଙ୍କୁ ଚକିତ କଲାଭଳି ବିପଜ୍ଜନକ ଘଟଣା ଦେଖିବାକୁ ମିଳିଛି। ରବିବାର ଦୁଇ ଶୁଟର ଫାୟରିଂ ପଏଣ୍ଟ ନିକଟରେ ସ୍ପଷ୍ଟ ଦିବାଲୋକରେ ମରାମରି ହୋଇଥିଲେ। ସେମାନେ ହେଲେ ବାବର ଖାଁ ଓ ଯୋଗିନ୍ଦରପାଲ ସିଂ। ଖାଁ ଛୋଟ ପୁଅ ସହ ଟ୍ରେନିଂ କରୁଥିଲେ। ଯୋଗିନ୍ଦର ଜଣେ ସମ୍ପୂର୍ଣ୍ଣ ପ୍ରାଇଭେଟ କୋଚ୍‌। ଅନ୍ୟ ଶୁଟରମାନେ ଟ୍ରେନିଂ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏକା ସମୟରେ ଅନ୍ୟ ରେଞ୍ଜରେ ଜାତୀୟ କ୍ୟାମ୍ପ ଚାଲୁଥିବାରୁ କେବଳ ଗୋଟିଏ ଶୁଟିଂ ରେଞ୍ଜ ଅନ୍ୟ ଶୁଟରଙ୍କ ଅଭ୍ୟାସ ପାଇଁ ଉପଲବ୍ଧ ରହିଥାଏ। ୧୫ ଶୁଟର ଅପେକ୍ଷା କରିଥିବାବେଳେ ଜଣେ କେତେ ରାଉଣ୍ଡ ଫାୟର କରିବ ଏ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ବିଧା ଗୋଇଠା ମରାମରି କରିଥିଲେ। ଏହାକୁ ଜଣେ ଅପେକ୍ଷାରତ ଶୁଟର ମୋବାଇଲରେ ଶୁଟିଂ କରିଥିଲେ। ଦୁହିଁଙ୍କୁ ଦୂରେଇ ରଖିବା ପାଇଁ ତୃତୀୟ ଲୋକ ଉଦ୍ୟମ କରିଥିଲେ, ଯାହାଙ୍କ ନିକଟରେ ଶଟଗନ ରାଇଫଲ ଥିଲା। ଏହା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ ସୁରକ୍ଷା ନିୟମ ଭଙ୍ଗ କରୁଛି। ଏହି ଘଟଣାକୁ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ସଭାପତି ରାନିନ୍ଦର ସିଂ ଦୁର୍ଭାଗ୍ୟଜନକ କହିବା ସହ ଉଭୟ ଶୁଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ କାର୍ନି ସିଂ ଶୁଟିଂ ରେଞ୍ଜ ହେଉଛି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସମ୍ପତ୍ତି। ସାଇ ଡିଜି ସନ୍ଦୀପ ପ୍ରଧାନ କହିଛନ୍ତି, ଦୁଇ ଶୁଟରଙ୍କ ସଦସ୍ୟତାକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri