Categories: ଜାତୀୟ

କାର୍ତ୍ତିଙ୍କୁ ଝଟକା : ସୁପ୍ରିମକୋର୍ଟ କହିଲେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅ

ନୂଆଦିଲ୍ଲୀ, ୨୯।୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ପୁଣି ଥରେ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ବିଦେଶ ଗସ୍ତ ପାଇଁ କୋର୍ଟରେ ଡିପୋଜିଟ କରିଥିବା ୧୦ କୋଟି ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଯାହାକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର ଅର୍ଥ ରାଶି ଜମା କରିଥିଲେ । ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେବାକୁ କହିଥିଲେ।
ସୂଚନାଯୋଗ୍ୟ, କାର୍ତ୍ତି ତାମିଲନାଡୁର ଶିବଗଙ୍ଗା ଆସନରୁ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଏଚ ରାଜାଙ୍କୁ ୩ ଲକ୍ଷ ଭୋଟରେ ହରାଇଛନ୍ତି।

Share