Posted inଜାତୀୟ

କାର୍ତ୍ତିଙ୍କୁ ଝଟକା : ସୁପ୍ରିମକୋର୍ଟ କହିଲେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅ

ନୂଆଦିଲ୍ଲୀ, ୨୯।୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ପୁଣି ଥରେ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ବିଦେଶ ଗସ୍ତ ପାଇଁ କୋର୍ଟରେ ଡିପୋଜିଟ କରିଥିବା ୧୦ କୋଟି ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଯାହାକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର ଅର୍ଥ ରାଶି ଜମା କରିଥିଲେ । ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେବାକୁ କହିଥିଲେ।
ସୂଚନାଯୋଗ୍ୟ, କାର୍ତ୍ତି ତାମିଲନାଡୁର ଶିବଗଙ୍ଗା ଆସନରୁ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଏଚ ରାଜାଙ୍କୁ ୩ ଲକ୍ଷ ଭୋଟରେ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଉପନିର୍ବାଚନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri