କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ଶୁଣାଯାଉଛି। ବ୍ୟସ୍ତତା ଓ ସମୟ ଅଭାବ କାରଣରୁ ଏମାନଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ଜଣାପଡ଼ିଛି।
ଏକ ସାକ୍ଷାତ୍‌କାରରେ କାର୍ତ୍ତିକ ତାଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ପସନ୍ଦ ବୋଲି କହିବାପରେ କାର୍ତ୍ତିକ ମଧ୍ୟ ଏକ ସାକ୍ଷାତ୍‌କାରରେ ସାରା ତାଙ୍କୁ ପସନ୍ଦ ବୋଲି କହିଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କ ରିଲେସନଶିପ୍‌ ଚର୍ଚ୍ଚା ମଧ୍ୟ ଜୋର୍‌ ଚାଲିଲା। ହେଲେ ଏବେ ନିଜ ନିଜର ବ୍ୟସ୍ତ ଜୀବନଶୈଳୀ ଯୋଗୁ ଉଭୟେ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ତେବେ ବ୍ରେକ୍‌ଅପ୍‌ ପୂର୍ବରୁ ଉଭୟେ ରିଲେସନଶିପ୍‌ ବଜାୟ ରଖିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଦୁହେଁ ପରସ୍ପରର ଶୁଟିଂ ସେଟ୍‌କୁ ଯାଇ ଦେଖା କରୁଥିଲେ। ବ୍ୟସ୍ତତା ମଧ୍ୟରେ ବି ପରସ୍ପର ପାଇଁ ସମୟ ବାହାର କରିବାକୁ ଚେଷ୍ଟା କରୁଥିଲେ। ହେଲେ ଏପରି କରିବା ଦ୍ୱାରା ସେମାନେ କ୍ୱାଲିଟି ଟାଇମ୍‌ ପାଇପାରିଲେ ନାହିଁ। ଏବେ ଏକ ସୂତ୍ରରୁ ଜଣାପଡ଼ିଛି, ଏଭଳି ରିଲେସନଶିପ୍‌ରେ ନ ରହି କେବଳ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି କାର୍ତ୍ତିକ-ସାରା। କୌଣସି ତିକ୍ତତା ନ ଥାଇ ପରସ୍ପର ସହ ବୁଝାମଣାରେ ଏହି ବ୍ରେକ୍‌ଅପ୍‌ ହୋଇଛି। ଆଗକୁ କେବଳ ବନ୍ଧୁ ହୋଇ ରହିବେ ଏବଂ କ୍ୟାରିୟର ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି କାର୍ତ୍ତିକ-ସାରା। ଅନ୍ୟପକ୍ଷରେ ଫିଲ୍ମ ‘ଆଜ୍‌ କଲ୍‌’ରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମର ପ୍ରମୋଶନ ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ଏହାପରେ କାର୍ତ୍ତିକ ଫିଲ୍ମ ‘ଦୋସ୍ତାନା-୨’ ଓ ସାରା ‘କୁଲି ନମ୍ବର ୧’ ଫିଲ୍ମ ପାଇଁ ବ୍ୟସ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri