କାର୍ତ୍ତିକ ଶେଷ ସୋମବାର: ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜି ଉଦୟଗିରି, ୧୧।୧୧(ଡି.ଏନ୍‌.ଏ.): କାର୍ତ୍ତିକ ମାସ ଶେଷ ସୋମବାର ନିମନ୍ତେ କନ୍ଧମାଳ ଜିଲା ଜି ଉଦୟଗିରି ଧବଳେଶ୍ବର ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଲମ୍ବା ଧାଡିରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଅପେକ୍ଷାକରି ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋର ଚାରିଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର କମିଟି ସଭାପତି ସୁରେନ୍ଦ୍ର ସାହୁଙ୍କ ସମେତ ଅସ୍ମିନ ପାତ୍ର, ଅଶୋକ ପାତ୍ର, ଦେବୀ ପ୍ରସାଦ ଦାଶ, କୁନା ପଣ୍ଡା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।