କାର୍ତ୍ତିକ-କିଆରାଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାରକରି ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି। ଫଟୋରେ ଅର୍ଜୁନଙ୍କ ସହ କିଆରାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଫଟୋଟିକୁ ସେୟାର କରିବା ସହ କାର୍ତ୍ତିକ ଏଥିରେ ଲେଖିଛନ୍ତି ‘ଶୁଭାରମ୍ଭ’। ଫିଲ୍ମ ‘ଭୁଲ ଭୁଲୈୟା’ର ଏହି ସିକ୍ୱେଲରେ ଖିଲାଡି ହିରୋ ଅକ୍ଷୟ କୁମାର ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମଟି ଆଗାମୀ ଜୁଲାଇରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share