କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌-୨’ର ଶୁଟିଂ ଶେଷ କରିଛନ୍ତି। ନାୟିକା-ନାୟକ ସାଜିଥିବାରୁ ଉଭୟ ଉଭୟଙ୍କ ସହ ବେଶ୍‌ ସମୟ କାଟୁଥିଲେ। ମାତ୍ର ଶୁଟିଂ ଶେଷ ପରେ ଏଭଳି ହୋଇପାରୁନାହିଁ। ଏହାଛଡ଼ା କାର୍ତ୍ତିକ ସାରାଙ୍କ କ୍ରସ୍‌। ସେ ଅଭିନେତାଙ୍କୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ଏଣୁ ସାରା କାର୍ତ୍ତିକଙ୍କ ମନେ ପକାଇବା ସ୍ବାଭାବିକ। କେବଳ ଯେ ସେ ତାହା ନୁହେଁ କାର୍ତ୍ତିକ ମଧ୍ୟ ସାରାଙ୍କୁ ମନେ ପକାଇ ଇନଷ୍ଟାରେ ପୋଷ୍ଟ ଲେଖିଥିଲେ। ତେବେ ସାରା ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଅଭିନେତା ରଣବୀର ମଜାଦାର କମେଣ୍ଟ କରିଛନ୍ତି। ସେ କହିଛନ୍ତି, ‘ପ୍ରଥମେ କିଏ ଭେଟାଇଥିଲା ତାଙ୍କୁ କେବେ ଭୁଲିବ ନାହିଁ।’ ତେବେ ସାରା କାର୍ତ୍ତିକଙ୍କୁ ପସନ୍ଦ କରୁଥିବା କରନ୍‌ଙ୍କ ଶୋ’ରେ କହିବା ପରେ ରଣବୀର ଉଭୟଙ୍କ ସାକ୍ଷାତ କରିଥିଲେ। ଏବେ ସାରାଙ୍କୁ ସେ ସେହି କଥା ମନେ ପକାଇ ଦେଇଛନ୍ତି।

Share