କାର୍ତ୍ତିକଙ୍କୁ ଦେଖି ଲାଜେଇ ଗଲେ ସାରା

ପୁଣି ଚର୍ଚ୍ଚାରେ ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରେମକାହାଣୀ। ଦୁହିଁଙ୍କୁ ପୁଣି ମୁମ୍ବାଇ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିିଛି। ଲକ୍ଷ୍ନୌରୁ ‘ପତି, ପତ୍ନୀ ଔର ଓ’ ଫିଲ୍ମର ସିକ୍ୱେଲ ଶୁଟିଂ ସାରି ମୁମ୍ବାଇ ଫେରୁଥିବା କାର୍ତ୍ତିକଙ୍କୁ ବିମାନବନ୍ଦର ଆଣିବାକୁ ଯାଇଥିଲେ ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ସାରା। କାର୍ତ୍ତିକଙ୍କୁ ଦେଖି ଲାଜେଇ ଯାଇଥିଲେ ସାରା। ଖୁସି ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁଥିଲା। ତୁରନ୍ତ ଉଭୟ କାର୍‌ରେ ବସି ପଳାଇଥିଲେ। କାର୍ତ୍ତିକ ଲକ୍ଷ୍ନୌରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାବେଳେ ସାରା ତାଙ୍କୁ ୨ଥର ଭେଟିବାକୁ ଯାଇଥିଲେ। ଏହି ଯୋଡ଼ି ଇମତିଆଜ୍‌ ଅଲୀଙ୍କ ଫିଲ୍ମ ଲଭ୍‌ ଆଜ୍‌କାଲ୍‌-୨ରେ ନଜର ଆସିବେ। ଫିଲ୍ମର ଶୁଟିଂବେଳେ ସାରା-କାର୍ତ୍ତିକ ନିକଟତର ହୋଇଥିଲେ ବୋଲି କୁହାଯାଉଛି।

Share