କାର୍ତ୍ତିକଙ୍କୁ ଦେଖା କରିବାକୁ ଲୁଚିଛପି ଲକ୍ଷ୍ନୌ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏମାନଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇନାହିଁ ତଥାପି ଏମାନଙ୍କ ଲୁଚାଛପା ମିଳାମିଶା ନଜରକୁ ଆସିବା ପରେ ଆଲୋଚନା ଆରମ୍ଭ ହୋଇଯାଉଛି। ନିକଟରେ କାର୍ତ୍ତିକଙ୍କୁ ଦେଖା କରିବାକୁ ଯାଇ କ୍ୟାମେରା ଲେନ୍ସରେ ଧରା ପଡିଛନ୍ତି ସାରା ଅଲ୍ଲି ଖାଁ। ଉଭୟ ଏକ ହୋଟେଲରୁ ବାହାରୁଥିବା ବେଳେ ସ୍ପଟ୍‌ ହୋଇଛନ୍ତି। ଏହି ସମୟରେ କେତେଜଣ ଗଣମାଧ୍ୟମ ପ୍ରତିନିଧି ସାରାଙ୍କ ଫଟୋ ଉଠାଇବାରୁ ସେ ଚିନ୍ତିତ ହୋଇ ପଡିଥିବା ଦେଖାଯାଇଥିଲା। ଗତ ସପ୍ତାହରେ ମଧ୍ୟ ସାରାଙ୍କ ରାମ୍ପ ଶୋ’ରେ ତାଙ୍କୁ ଚିୟରଅପ୍‌ କରିବାକୁ କାର୍ତ୍ତିକ ଦିଲ୍ଲୀ ଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଲକ୍ଷ୍ନୌରେ କାର୍ତ୍ତିକ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ର ଶୁଟିଂରେ ବ୍ୟସ୍ତ ଥିବା ବେଳେ ମଝିରେ ମଝିରେ ସାରା ସେଠାକୁ ଯାଉଥିବାରୁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଛି।

Share