କାର୍ଡ ବଣ୍ଟା ସରିଥିଲା, ମୁଡ୍‌ ନ ଥିବାରୁ ବାହା ହେବାକୁ ମନା କରିଥିଲେ ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍‌ ରିୟଲ ଲାଇଫ୍‌ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍‌ ଅଛନ୍ତି। ସଲମାନ୍‌ ବିବାହ ପାଇଁ ମନସ୍ଥ କରିଥିଲେ। ଏପରିକି ବିବାହ କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ। କିନ୍ତୁ ତାଙ୍କ ମନ ପରିବର୍ତ୍ତନ ହେବାରୁ ସେ ଅବିବାହିତ ରହିଗଲେ। ଏ କଥା ଆମେ କହୁନୁ, ଖୋଦ୍‌ ଦବଙ୍ଗ ଖାନ୍‌ ଏକ ଟିଭି ଶୋ’ରେ କହିଥିଲେ। ସେ କହିଥିଲେ ବିବାହ କରିବାକୁ ତାଙ୍କର ସମସ୍ତ ପ୍ରସ୍ତୁତି ସରିଥିଲା। ପରେ ତାଙ୍କର ଇଚ୍ଛା ହେଲାନି ବାହା ହେବାକୁ। ସେହିପରି ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସାଜିଦ୍‌ ନାଦିୟାଡଓ୍ବାଲା ଏ ସମ୍ପର୍କରେ କିଛି ରୋଚକପୂର୍ଣ୍ଣ କଥା ପ୍ରକାଶ କରିଥିଲେ। ସାଜିଦ୍‌ କହିଥିଲେ, ୧୯୯୯ ମସିହାରେ ସଲମାନ୍‌ ବିବାହକୁ ନେଇ ବେଶ୍‌ ଉତ୍ସୁକ ବା ଆଗ୍ରହୀ ଥିଲେ। ଏଥିପାଇଁ ଝିଅ ମଧ୍ୟ ପସନ୍ଦ କରିସାରିଥିଲେ। ସଲମାନଙ୍କ ତାଙ୍କ ପିତାଙ୍କ ବାର୍ଥ ଡେ’ ଅବସରରେ ନଭେମ୍ବରରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କାର୍ଡ ମଧ୍ୟ ବାଣ୍ଟିଥିଲେ। ଯେତେବେଳେ ବିବାହ ସମୟ ନିକଟତର ହୋଇଗଲା ସେତେବେଳେ ତାଙ୍କର ବିବାହ କରିବାକୁ ମୁଡ୍‌ ନାହିଁ ବୋଲି କହିଥିଲେ। ତେଣୁ ବିବାହ ବନ୍ଦ ରହିଥିଲା। କହିରଖୁଛୁ ବର୍ତ୍ତମାନ ବଲିଉଡ୍‌ରେ ସଲମାନ ଏବଂ ୟୁଲିଆ ବନ୍ତୁରଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଦେଖାଯାଉ ଆଗକୁ କ’ଣ ଘଟୁଛି। ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ସଲମାନ ତାଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri