କାର୍ଡ଼ ଥାଇବି ନିର୍ମାଣ ଶ୍ରମିକଙ୍କୁ ମିଳିପାରୁୁନି ସହାୟତା

ରାଇସୁଆଁ, ୨୮।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଆଗୁଆ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରି ସରକାର ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତ଼ା ପ୍ରଦାନ କରୁଛନ୍ତି। ହେଲେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ନୂଆଗାଁ ପଞ୍ଚାୟତ଼ରେ ଶତ଼ାଧିକ ନିର୍ମାଣ ଶ୍ରମିକଙ୍କ କାର୍ଡ଼ ଥାଇବି ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ନୂଆଗାଁ ପଞ୍ଚାୟତ଼ ପରିସରରେ ନିର୍ମାଣ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ୧୫ଶହ ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଥିଲା। ହେଲେ ଏହି ସହାୟତାର ଲାଭ କେତେକ ଉଠାଇଥିବା ବେଳେ ଆଉ କେତେକ ନିରାଶ ହୋଇ ଘରକୁ ଫେରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଯେଉଁ ଶ୍ରମିକଙ୍କ ପୁରୁଣା କାର୍ଡ ରହିିଛି ସେମାନଙ୍କର ନାଁ ଏହି ସହାୟତା ତାଲିକାରେ ନାହିଁ। ଯାହାଦ୍ୱାରା ତାଲିକାରେ ନାଁ ଥିବା ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପୁରୁଣା ଶ୍ରମିକମାନେ ଉକ୍ତ ସହାୟତାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ଏହି ବିଷୟରେ ନୁଆଗାଁ ପଞ୍ଚାୟତ଼ ପିଓଙ୍କୁ ପଚ଼ାରିବାରୁ ଲେବର ଅଫିସରଙ୍କ ତ୍ରୁଟି ଯୋଗୁ ଏହି ସମସ୍ୟା ଦେଖାଦେଇଛି ବୋଲି ସେ କହିଥିଲେ। ଅପରପକ୍ଷେ ଏହାର ରିପୋର୍ଟ ଆସିବା ପରେ ଉକ୍ତ ହିତାଧିକାରୀଙ୍କ ଏହି ସହାୟତ଼ା ସାମିଲ କରାଯିବ ବୋଲି ସଦର ବିଡ଼ିଓ କହିଛନ୍ତି।