Categories: ଫୁରସତ

କାର୍ଟୁନ୍‌ ବହି ଛୋଟ ପିଲାଙ୍କ ସ୍ମୃତିଶକ୍ତିକୁ କରେ ପ୍ରଖର…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ। ଏନେଇ ଆମେରିକା ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନଟିଜ୍‌ ଆଣ୍ଡ୍‌ ସାଇନ୍ସ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। କାର୍ଟୁନ୍‌ ଚରିତ୍ର ଛୋଟପିଲାଙ୍କ କୋମଳ ମନରେ ଶୀଘ୍ର ବସାବାନ୍ଧିଥାଏ। ଏଥିରେ ଥିବା ନୈତିକ ଶିକ୍ଷା ପରବର୍ତ୍ତୀ ସମୟରେ ଛୋଟ ପିଲାଙ୍କୁ ସତ୍‌ବାଟରେ ପରିଚାଳିତ କରିବାକୁ ସକ୍ଷମ ହୋଇଥାଏ। ଅଧ୍ୟୟନରେ ଦେଖିବାକୁ ମିଳିଥିଲା କାର୍ଟୁନ୍‌ ବହିରୁ ଗପ ଶୁଣୁଥିବା ପିଲାଙ୍କ ସ୍ମୃତି ଶକ୍ତି ଧୀରେଧୀରେ ବୃଦ୍ଧି ପାଉଥିବା ବେଳେ କାର୍ଟୁନ୍‌ ବହିରୁ ଗପ ଶୁଣୁ ନ ଥିବା ପିଲାଙ୍କ ସ୍ମୃତି ଶକ୍ତି ସାଧାରଣ ରହିଥିଲା। ଅଧ୍ୟୟନ ପରେ ପିଲାଙ୍କୁ ପଚରା ଯାଇଥିବା କେତେକ ପ୍ରଶ୍ନରୁ ଏହା ଜଣାପଡ଼ିଥିଲା।

Share