କାରଗିଲ ବିଜୟ ଦିବସ ପାଇଁ ପୁଣି ଥରେ ରିଲଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ: କାରଗିଲ ବିଜୟ ଦିବସ ଅର୍ଥାତ୍‌ ୨୬ ଜୁଲାଇରେ ମହାରାଷ୍ଟ୍ରରେ ରିଲିଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏଥିରେ ମୁଖ୍ୟ ଭୂମିକାରେ ବିବେକ କୌଶଲ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆଦିତ୍ୟ ଧର। ୨୦୧୬ରେ ଭାରତୀୟ ସେନା ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରିଥିବା ସମୟର ବିଷୟ ବସ୍ତୁ ଉପରେ ଆଧାରିତ। ଉରିରେ ସେନାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତୀୟ ସେନା ଏହି ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୧୭ ଯବାନ ଶହୀଦ ହୋଇଥିଲେ। ମହାରାଷ୍ଟ୍ରରେ ୫୦୦ ସ୍ଥାନରେ ଏହା ରିଲିଜ୍‌ ହେଉଥିବା ବେଳେ ନିର୍ଦ୍ଦେଶକ ଧର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

Share