କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟୁଇଟ୍‌ ଯୋଗେ କହିଛନ୍ତି, କାରଗିଲ୍‌ ବିଜୟ ଦିବସ ଆମ ବୀର ଯୋଦ୍ଧାଙ୍କୁ ମନେପକାଇବାର ଦିନ। ଏହି ଦିନରେ ଭାରତକୁ ରକ୍ଷା କରିଥିବା ଯବାନ ଧୈର୍ଯ୍ୟ ଏବଂ ପରାକାଷ୍ଠାକୁ ସଲାମ ଜଣାଉଛି ବୋଲି କୋବିନ୍ଦ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିନରେ ବୀର ଯବାନଙ୍କୁ ହୃଦୟର ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୯୯୯ କାରଗିଲ୍‌ ଯୁଦ୍ଧବେଳେ ସେଠାକୁ ଯିବାକୁ ସୁଯୋଗ ମିଳିଥିଲା। ସେଠାରେ ଯବାନଙ୍କୁ ପରାକ୍ରମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି ମୋଦି ନିଜ ବାର୍ତ୍ତାରେ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ କାରଗିଲ୍‌ ବିଜୟ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ସେଠାକୁ ଯାଇ ବୀର ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Share