Posted inଜାତୀୟ

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି ଉଠିଛି। ଅଧିକାରୀମାନେ ସାକ୍ଷୀଙ୍କ ବୟାନ ନ ନେଇ ଯାଞ୍ଚ୍‌ କରିଥିବା ସନାଉଲ୍ଲ୍ଲାହଙ୍କ ସମ୍ପର୍କୀୟ ପଜୁଲୁଲ୍‌ ହକ୍‌ ଅଭିଯୋଗ କରିଛନ୍ତି। ଯାଞ୍ଚ୍‌ ଅଧିକାରୀ ସାକ୍ଷୀଙ୍କ ବୟାନ ନ ନେଇ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି। ପୋଲିସ ସାକ୍ଷୀଙ୍କୁ ଏହି ମାମଲାରେ ନ ଭେଟି ମନ ଇଛା ଯାଞ୍ଚ୍‌ ପ୍ରକ୍ରିୟା କରିଥିବା ସନାଉଲ୍ଲାହଙ୍କ ସମ୍ପର୍କୀୟ କହିଛନ୍ତି। ସୂଚନାଯୋଗ୍ୟ, ସନାଉଲ୍ଲାହ ୩୦ ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରି ଆସାମ ପୋଲିସରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ଫରେନର୍ସ ଟ୍ରିବ୍ୟୁନାଲ୍‌ ବିଦେଶୀ ଘୋଷଣା କରିବାପରେ ସନାଉଲ୍ଲାହଙ୍କ ପରିବାର ସଦସ୍ୟ ଏବେ ଗୋଲପଡ଼ାସ୍ଥିତ ଡିଣ୍ଟେନସନ୍‌ କ୍ୟାମ୍ପ୍‌ରେ ରହିଛନ୍ତି। ଏନଆର୍‌ସି ଆଇନ ଅନୁସାରେ ସନାଉଲ୍ଳାହ ଯାଞ୍ଚ୍‌ ଅଧିକାରୀଙ୍କ ସମ୍ମୁଖରେ ସେ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଭାରତରେ ବାସ କରୁଥିବାର ପ୍ରମାଣ ଦେଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri