Categories: ଜାତୀୟ

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ ଚିଫ୍‌ ମାର୍ଶାଲ୍‌ ଅନୀଲ୍‌ ଟିପନିସ୍‌ ପ୍ରକାଶ କରିଛନ୍ତି। ଏହା ସହିତ ବାଜପେୟୀ ସ୍ଥଳସେନାକୁ ନିୟନ୍ତ୍ରଣ ରେଖା ଲଂଘିବାର ଅନୁମତି ମଧ୍ୟ ଦେଇ ନ ଥିଲେ। ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଏ ପ୍ରାଇମ୍‌ ମିନିଷ୍ଟର ଟୁ ରିମେମ୍ବର: ମେମୋରିଜ୍‌ ଅଫ୍‌ ଏ ମିଲିଟାରୀ ଚିଫ୍‌’ର ଉନ୍ମୋଚନ ଅବସରରେ ଟିପନିସ୍‌ ଏହା କହିଛନ୍ତି। ତେବେ ୬ଘଣ୍ଟାର ସ୍ବଳ୍ପ ନୋଟିସ୍‌ ପରେ ବାୟୁସେନା ସ୍ଥଳସେନା ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଯାଇଥିବା ସେ କହିଛନ୍ତି।

Share