Categories: ଜାତୀୟ

କାମ ପଡ଼ିଲେ ଆସନ୍ତୁ ମୋ ପାଖକୁ, ଧର୍ମ-ପାର୍ଟିର ନାହିଁ ବାରଣ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଅରବିନ୍ଦ କେଜରିଓ୍ବାଲ ନିଜର ତୃତୀୟ ଇନିଂସ୍‌ ରବିବାର ଆରମ୍ଭ କରିଛନ୍ତି। ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ କହିଛନ୍ତି ଯେ, କାମ ପଡ଼ିଲେ ଆପଣମାନେ ମୋ ପାଖକୁ ଆସିପାରିବେ। ଏଥି ପାଇଁ ଧର୍ମ ଅବା ପାର୍ଟିର କୌଣସି ବାରଣ ନାହିଁ। ଦିଲ୍ଲୀ ବାସୀଙ୍କ ସେବା ପାଇଁ ମୁଁ ରହିଛି। ତେଣୁ ଆପଣମାନେ ବିନା ଦ୍ୱିଧାରେ ମୋ ପାଖକୁ ଆସିପାରିବେ ବୋଲି ସେ କହିଛନ୍ତି। ଶପଥ ଗ୍ରହଣ ଅବସରରେ କେଜରିଓ୍ବାଲ ମଞ୍ଚ ଉପରେ ଭାରତ ମାତାଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ପାଠ କରିଥିଲେ।

Share