Categories: ଜାତୀୟ

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ ସାପକୁ ଧରି ମହିଳା ଜଣଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଜୀଅନ୍ତା ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। ସାପଟି ସୁଲତାନ ଏବଂ ତାଙ୍କ ଝିଅ ତହସିନଙ୍କୁ କାମୁଡିବା ପରେ ସେ ତାକୁ ଧରି ଏକ ବ୍ୟାଗ୍‌ରେ ପୂରାଇଦେଇଥିଲେ। ଅଜଣା ସାପ ହୋଇଥିବାରୁ ସେ ତାକୁ ଡାକ୍ତରଖାନା ଧରିଆସିଥିଲେ ବୋଲି କହିଛନ୍ତି ସୁଲତାନ। ମା’ ଏବଂ ଝିଅ ଏବେ ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

Share