କାମରେ ଆସୁନି ୮୦ ଲକ୍ଷ ଟଙ୍କାର ଛାତ୍ରାବାସ : ଆବେଦନ କରୁଛନ୍ତି, ରହିବାକୁ ଅମଙ୍ଗ

ଭୁବନ, ୧୮।୭ – ଯୋଜନାହୀନ ଭାବେ ଜଙ୍ଗଲିଆ ପରିବେଶରେ ନିର୍ମାଣ କରି ଦିଆଗଲା ଛାତ୍ରାବାସ। ହେଲେ ଜନବସତିଠାରୁ ଦୂରରେ ତିଆରି ହୋଇଥିବା ହଷ୍ଟେଲ କ୍ୟାମ୍ପସରେ ପିଲାମାନେ ନିଜକୁ ସୁରକ୍ଷିତ ମଣିବେ ତ, ଏହି ପ୍ରଶ୍ନ କାହା ମୁଣ୍ଡକୁ ଜୁଟିଲାନି। ଏବେ ନିଃଶୁଳ୍କରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦିଆଗଲେ ବି କେହି ରାଜି ହେଉନାହାନ୍ତି। ଦୂରଦୃଷ୍ଟି ଅଭାବରୁ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବାଜି ରାଉତ ସ୍ମୃତି କଲେଜ ଛାତ୍ରାବାସ ଉଦ୍‌ଘାଟନର ୩ବର୍ଷ ପରେ ବି ଲାଗୁଛି ଖଁା ଖଁା।
ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଅନ୍ୟତମ ପୁରାତନ କଲେଜ ହେଉଛି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ। ୧୯୭୬ରେ ଆରମ୍ଭ ହୋଇଥିବା ଏହି କଲେଜରେ ଯୁକ୍ତ ୨, ଯୁକ୍ତ ୩ ବିଭାଗ ଖୋଲିଛି। କଳା, ବାଣିଜ୍ୟ, ବିଜ୍ଞାନରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସମ୍ମାନ (ଅନର୍ସ) ଉପଲବ୍ଧ ଥିବାରୁ ଜିଲା ତଥା ସୀମାନ୍ତ ଜିଲାର ପିଲା ଏଠାକୁ ଆକୃଷ୍ଟ ହୋଇ ଆସୁଛନ୍ତି। ଏହି କ୍ରମରେ ହାରାହାରି ୭୦% ଛାତ୍ରୀଛାତ୍ର ବାହାରର। ସେମାନଙ୍କ ରହିବା ଲାଗି ୨୦୦୨ ଓ ୨୦୧୨ରେ ସରକାରଙ୍କ ବିଭିନ୍ନ ଅନୁଦାନରୁ ୮୦ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ୨ଟି ଛାତ୍ରାବାସ ନିର୍ମାଣ କରାଯାଇଛି। ୩ବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଛି। ଏଠାରେ ୬୦ ଜଣ ଛାତ୍ରୀ ଏବଂ ୬୦ ଜଣ ଛାତ୍ରଙ୍କ ଲାଗି ରହିବା ସୁବିଧା ରହିଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରତିବର୍ଷ ନାମଲେଖା ସମୟରେ ଛାତ୍ରାବାସ ସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ଅବଗତ କରାଉଛନ୍ତି। ହେଲେ ଛାତ୍ରାବାସର ଭୌଗୋଳିକ ଚିତ୍ର ଜାଣିଲେ କେହି ରହିବାକୁ ରାଜି ହେଉନାହାନ୍ତି। ପିଲାମାନଙ୍କୁ ଛାତ୍ରାବାସ ପ୍ରତି ଆକୃଷ୍ଟ କରିବାକୁ କଲେଜ କର୍ତ୍ତୃପକ୍ଷ ୧୫ ଜଣ ପିଲାଙ୍କୁ ବିନା ଦେୟରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦେଇଥିଲେ। ତଥାପି ଏହା ଫଳପ୍ରସୂ ହୋଇପାରିନାହିଁ। ସହରଠାରୁ ହାରାହାରି ୨ କିମି ଦୂର ନର୍ଜନ କଲେଜ କ୍ୟାମ୍ପସରେ ଥିବା ଉକ୍ତ ହଷ୍ଟେଲରେ ରହିଲେ ଅତ୍ୟାବଶ୍ୟକ ସମୟରେ ସହାୟତା ନ ମିଳିବା ଆଶଙ୍କା ଛାତ୍ରୀଛାତ୍ରଙ୍କୁ ଘାରୁଛି। ଜଙ୍ଗଲୀ ପରିବେଶ ହିଁ ପିଲାମାନଙ୍କୁ ହଷ୍ଟେଲ ପ୍ରତି ବିମୁଖ କରାଉଛି। ଅନ୍ୟପଟେ ହଷ୍ଟେଲ ସୁବିଧା ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ବାହାରେ ଘରଭଡ଼ା ନେଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ହଷ୍ଟେଲ କ୍ୟାମ୍ପସରେ ଭୟମୁକ୍ତ ବାତାବାରଣ ସୃଷ୍ଟି କରାଯାଇପାରିଲେ ଏହା ପିଲାଙ୍କୁ ଆକୃଷ୍ଟ କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ପଦବୀ ଖାଲି:

ବାଜି ରାଉତ ସ୍ମୃତି କଲେଜରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟାପକଙ୍କ ମରୁଡ଼ି ଦେଖାଦେଇଛି। ଏବେ କଲେଜରେ ୪୬ଜଣ ଅଧ୍ୟାପିକାଅଧ୍ୟାପକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। ୨୩ଜଣ ନନ୍‌ ଟିଚିଂ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୪ଜଣ ଆଡ୍‌ହକ୍‌ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ରାଜନୀତି ବିଜ୍ଞାନ, ଅର୍ଥନୀତି, ଶିକ୍ଷା, ଓଡ଼ିଆ, ଇଂଲିଶ ବିଭାଗରେ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପିକାଅଧ୍ୟାପକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସରୁ ନ ଥିବାରୁ ପିଲାମାନେ ପରୀକ୍ଷା ବେଳକୁ ହଇରାଣ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri