କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

ବାହାନଗା, ୪ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ଚଷାଖଣ୍ଡ ପଞ୍ଚାୟତରେ ଥିବା ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ବର୍ଷେ ହେଲା ବନ୍ଦ ହୋଇପଡିଛି। ଫଳରେ ପଞ୍ଚାୟତବାସୀ ଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଜିଲାପାଳଙ୍କ ଅଫିସ୍‌ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଚଷାଖଣ୍ଡ-୧, ୨, ବାଇଗଢିଆ, ହଳଦିଆ ପାଟଣା, ସାମରାଇପୁର, ଜେନା ସାହି ଆଦି ୬ଟି ଗ୍ରାମ ସହିତ ବାହାନଗା ବ୍ଲକର ପଦାଗାଁ ଆଦି ଗ୍ରାମକୁ ବସୁଧା ଯୋଜନାରେ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ୨୦୧୭-୧୮ରେ ଚଷାଖଣ୍ଡ ଗ୍ରାମରେ ଏକ ଭୂତଳ ବୋରିଂ କରାଯାଇ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ପ୍ରଥମେ କିଛି ସ୍ଥାନକୁ ପାଣି ଯୋଗାଇ ଦିଆଯାଉଥିଲା। ହେଲେ କେତେକ ଜାଗାରେ ପାଇପ୍‌ ଫାଟିଯାଇଥିବାରୁ ଗୋଳିଆ ଓ କାଦୁଅ ମିଶା ପାଣି ଆସୁଥିବାରୁ ଲୋକେ ଏନେଇ ଅଭିଯୋଗ କରିଥିଲେ। ତାହା ପରଠାରୁ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପାଇପ୍‌ ଲାଇନ୍‌ ମରାମତି କରି ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଗ୍ରାମବାସୀ ବାରମ୍ବାର ସୋରସ୍ଥିତ ପାନୀୟଜଳ ବିଭାଗର ଏସ୍‌ଡିଓ ରୌପ୍ୟ ରଞ୍ଜନ ବେହେରାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଉନାହିଁ। ଏ ବିଷୟରେ ଗ୍ରାମବାସୀ ୨୦୧୮ ଡିସେମ୍ବରରେ ପୂର୍ବତନ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଜଣାଇଥିଲେ। ଅଭିଯୋଗ ପାଇ ପୂର୍ବତନ ମନ୍ତ୍ରୀ ମାଝି ତୁରନ୍ତ ଚଷାଖଣ୍ଡ ପଞ୍ଚାୟତର ପାନୀୟଜଳ ସୁବ୍ୟବସ୍ଥା କରିବା ସହ ପାଇପଲାଇନ୍‌ ବିଛାଇବା ଓ ପମ୍ପ ହାଉସ୍‌ ମରାମତି ଆଦି କରିବା ନିମନ୍ତେ ଜିଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି ତାହା କାର୍ଯ୍ୟକାରୀ ହେଲାନାହିଁ । ସେହିପରି ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ପାନୀୟଜଳ ସୁବ୍ୟବସ୍ଥା ପାଇଁ ଗତ ତା୨୧ା୯ା୨୦୧୯ରିଖରେ ଅଭିଯୋଗ କରିଥିଲେ ମଧ୍ୟ ଜିଲାପାଳ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ନ ଦେବା ପରିତାପର ବିଷୟ । ଫଳରେ ୬ ଖଣ୍ଡ ଗ୍ରାମର ଲୋକେ ଶୁଦ୍ଧ ପାନୀୟ ଜଳ ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଗାମୀ ଦିନରେ ପାଣି ଯୋଗାଇ ନ ଦେଲେ ଗ୍ରାମର ବିଭୁଧର ଧାମୁଡିଆ, ବେଣୁଧର ବାରିକ୍‌, ନଗେନ୍ଦ୍ର ପ୍ରଧାନ, ଅମର ସିଂହ, କାହ୍ନୁ ସିଂହ, ଦିଲୀପ କୁମାର ଯେନା, ନାରାୟଣ ପାତ୍ର, ଅକ୍ଷୟ ପାତ୍ର, ସ୍ମୃତିରଞ୍ଜନ ପ୍ରଧାନ, ଅଜୟ ପାତ୍ର, ସଞ୍ଜୟ କୁମାର ସାହୁ, କବିତା ପଣ୍ଡା, ସଞ୍ଜୀବ ପ୍ରଧାନ, ସୌମ୍ୟଜିତ୍‌ ଦାସ ଜିଲାପାଳଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri