କାମରେ ଆସୁନି ଆଇନ : ଖୋଲାଖୋଲି ଚାଲିଛି ଗୁଟ୍‌ଖା ବ୍ୟବସାୟ

କାମାକ୍ଷାନଗର, ୨।୬- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ଗୁଟ୍‌ଖା ଏବଂ ତମାଖୁ ବ୍ୟବସାୟ ବଢ଼ିବାରେ ଲାଗିଛି। ଆଇନଗତ କଟକଣା ସତ୍ତ୍ୱେ ଏହାକୁ ଦେଖିବାକୁ କେହିନାହିଁ। ସଚେତନତା ଅଭାବ ଏବଂ ଆଇନରେ ରହିଥିବା ଗଳାବାଟ ଯୋଗୁ ବେଧଡ଼କ ବଢ଼ିଚାଲିଛି ଏପରି ନିଶା କାରବାର।
କାମାକ୍ଷାନଗର ସହରର ଗଳିକନ୍ଦି, ପାନଦୋକାନ, ରାଶନ ଦୋକାନରେ ସହଜରେ ମିଳିଯାଉଛି ଗୁଟ୍‌ଖା, ଭାଙ୍ଗ ଭଳି ନିଶା ଦ୍ରବ୍ୟ। ନିକୋଟିନବିହୀନ ଗୁଟ୍‌ଖାରେ ନିଶାଯୁକ୍ତ ଦର୍ଜା ପତି ମିଶାଇ ବିକ୍ରି ହେଉଛି। ଏଥିରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଯୁବପିଢ଼ି ଏବଂ କଲେଜ ପଢୁଆ ପିଲାଏ। ମହିଳାମାନେ ମଧ୍ୟ ଗୁଟ୍‌ଖା ନିଶାରେ ପଡ଼ିଛନ୍ତି। ଚଢ଼ାଉରେ ଶୀଥିଳତା ଯୋଗୁ ନକଲି ମସଲା କମ୍ପାନୀ କାୟା ମେଲାଉଛନ୍ତି। ଉପଖଣ୍ଡ ଅଞ୍ଚଳରେ ୨ଊର୍ଦ୍ଧ୍ୱ ନକଲି ଗୁଟ୍‌ଖା ଏବଂ ତମାଖୁ କାରଖାନା ଚାଲିଛି। ଏ ନେଇ ଅବକାରୀ ବିଭାଗ, ପୋଲିସ ନିକଟରେ ସୂଚନା ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଯୁବପିଢ଼ି ନିଶା କବଳିତ ହେଉଥିବାବେଳେ ଏହାକୁ ରୋକିବା ଅତ୍ୟାବଶ୍ୟକ ହୋଇପଡ଼ିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଆଗରୁ କେବଳ ପୋଲିସ ଏବଂ ଅବକାରୀ ବିଭାଗ ହାତରେ ଧରପଗଡ଼ କ୍ଷମତା ରହିଥିଲା। ଏବେ ଏଥିରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ତମାଖୁ ବର୍ଜନ ନେଇ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେବା, ତମାଖୁ ଫ୍ରି ଜୋନ୍‌ ସୃଷ୍ଟି କରିବା ଆଦି ଦାୟିତ୍ୱ ଦିଆଯାଇଛି। ହେଲେ ଏହା କେବଳ ଲୋକଦେଖାଣିଆ ହୋଇ ରହିଛି।
ଗୁଟ୍‌ଖା, ପାନମସଲା ଭଳି ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଭିନ୍ନ ସମୟରେ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ୨୦୦୩ରେ ଲାଗୁ କରାଯାଇଥିବା ‘ଦି କଣ୍ଟ୍ରୋଲ ଅଫ୍‌ ଟବାକୋ ପ୍ରଡକ୍ଟ ଆକ୍ଟ’ (କୋଟ୍‌ପା) ସେଥିରୁ ଗୋଟିଏ। ଏହି ଆଇନ ବଳରେ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷିଦ୍ଧ କରାଯାଇଛି। ତମାଖୁ, ସିଗାରେଟ ସମ୍ପର୍କିତ ବିଜ୍ଞାପନ ଉପରେ କଟକଣା ଜାରି କରାଯାଇଛି। ସେହିପରି ୧୮ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି କରାଯାଇପାରିବନାହିଁ। ଶିକ୍ଷାୟତରୁ ୧୦୦ ମିଟର ପରିଧି ମଧ୍ୟରେ ଏହାର ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏପରି ପଦାର୍ଥ ବିକ୍ରି କରାଯାଉଥିବା ପ୍ୟାକେଟରେ ସତର୍କ ସୂଚନା ଲେଖାଯିବା ବାଧ୍ୟତାମୂଳକ କରାଯାଇଛି। ତମାଖୁର ଅବାଧ ବିକ୍ରି, ବେଆଇନ ଉତ୍ପାଦନ ରୋକିବାକୁ ପୋଲିସକୁ ମଧ୍ୟ କ୍ଷମତା ଦିଆଯାଇଛି। କୋଟ୍‌ପା ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ବ୍ୟବସାୟୀ ପ୍ରଥମ ଥର ଧରାପଡ଼ିଲେ ୨ବର୍ଷ ଜେଲ, ୫୦୦୦ ଟଙ୍କା ଜରିମାନାଦଣ୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ଏକାଧିକ ଥର ଏପରି କାରବାର କରୁଥିବାବେଳେ ଧରାପଡ଼ିଲେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଯାଏ ତଣ୍ଡ ଗଣିବା ବ୍ୟବସ୍ଥା ରହିଛି। ସେହିପରି ସର୍ବସାଧାରଣ ସ୍ଥାନରେ ଧୂମପାନ, ନାବାଳକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି ଏବଂ ଶିକ୍ଷାୟତନଠାରୁ ୧୦୦ ମିଟର ଦୂରତାରେ ତମାଖୁ ବିକ୍ରି କଲେ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ହେଲେ କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଭାଗୀୟ ଅଧିକାରୀମାନେ ଆଇନର କାର୍ଯ୍ୟକାରିତା ବିଷୟରେ ଜାଣୁନାହାନ୍ତି।
ତମାଖୁ ଭଳି ନିଶା ସେବନରେ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ଏହାଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହାଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି। ମୁଖଗହ୍ବର କର୍କଟ, ଫୁସ୍‌ଫୁସ୍‌ ସଂକ୍ରମଣ ଭଳି ଦୁରାରୋଗ୍ୟ ବ୍ୟାଧି ଆକ୍ରାନ୍ତଙ୍କ ଜୀବନକୁ ଦୁର୍ବିସହ କରିପକାଉଛି। ଏହାସତ୍ତ୍ୱେ କମୁନି ଗୁଟ୍‌ଖା ବିକ୍ରି। ଏପରି ବେଆଇନ କାରବାର ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଜିଲା ଟିବି ସେଲ୍‌ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଜିଲାର ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ତମାଖୁମୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଏହା କେବଳ କାଗଜକଲମରେ ସୀମିତ ରହିଛି। ମେ ୩୧ରେ ସାରା ବିଶ୍ୱ ତମାଖୁ ନିରୋଧୀ ଦିବସ ପାଳିଥିବାବେଳେ କାମାକ୍ଷନଗର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

ପରଜଙ୍ଗ,୨୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି…

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ ଜିଲା…

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି…

ଜିଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ-ସ୍ବାମୀ, ଜଙ୍ଗଲରୁ ପାଇଥିବା ଶିଶୁକୁ ନେଇଯିବାରୁ…

ଢେଙ୍କାନାଳ,୧୫।୧(ରତନ ନାୟାର) : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ…

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ ମାଞ୍ଜା…

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ, ପ୍ରଶାସନର…

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ କାମାକ୍ଷାନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri