Categories: ଜାତୀୟ

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର କାମଚଳା ବାଚସ୍ପତି ଭାବେ ଭାଜପା ଏମ୍‌ପି ବୀରେନ୍ଦ୍ର କୁମାର ସୋମବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକମଗଢ଼ ଲୋକ ସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୧୯୯୬ରେ ସେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ସେ ୭ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ କାମଚଳା ବାଚସ୍ପତି କରିବାକୁ ନିଷ୍ପତ୍ତି ହୋଇଥିଲା।

Share