କାବୁଲରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ

କାବୁଲ,୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। କେତେଗୁଡ଼ିଏ ଅନ୍ତଃରାଷ୍ଟ୍ରୀୟ ସଂଗଠନର କାର୍ଯ୍ୟାଳୟ ଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଗ୍ରୀନ ଭିଲେଜ୍‌ କମ୍ପାଉଣ୍ଡରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଶହେରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଲୋକଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିପାଇଁ ତାଲିବାନ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିବା ବେଳେ ଏହା ତାହାର ତୃତୀୟ ଆକ୍ରମଣ ବୋଲି ଜଣାପଡ଼ିଛି। ୫ମାସ ଭିତରେ ଆମେରିକା ଆଫଗାନିସ୍ଥାନରୁ ପ୍ରାୟ ୫ହଜାର ସେନା ପ୍ରତ୍ୟାହାର କରିବା କଥା କହିବାର କିଛି ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଗୃହ ମନ୍ତ୍ରଣାଳୟର ମୁଖପାତ୍ର ନସରତ ରହମୀ କହିଛନ୍ତି।

Share