କାପୁଡ଼ିଆ ସମାଜ ପାଳିଲା ରକ୍ଷାବନ୍ଧନ ଉତ୍ସବ: ଶୋଭାଯାତ୍ରାରେ ଦୁଲୁକିଲା ସହର

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ କାପୁଡ଼ିଆ ସମାଜ ପକ୍ଷରୁ ଗୁରୁବାର ଧୂମ୍‌ଧାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର କୋଠଘରେ ଆରାଧ୍ୟ ଦେବତା ରାଧାକୃଷ୍ଣ ଏବଂ ମହାପ୍ରଭୁ ବଳରାମଙ୍କୁ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ଗୋ ମାତାକୁ ପୂଜା କରିବା ସହ ରାଖୀ ବାନ୍ଧିଥିଲେ। ଅପରାହ୍ନରେ ଠାକୁରଙ୍କୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଏଥିରେ ସଂକୀର୍ତ୍ତନ ମଣ୍ଡଳୀ, ବାଜା, ଘୋଡ଼ା ନାଚ ଏବଂ କୁନି କୁନି ବେଶଧାରୀ ସାମିଲ ହୋଇଥିଲେ। କାପୁଡ଼ିଆ ସମାଜର ସଭାପତି ବାସୁଦେବ ବେହେରା, ଉପ ସଭାପତି ଖଗେଶ୍ବର ନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଭାଗବତ ନାୟକଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।