Categories: ଜାତୀୟ

କାନ୍ଦିଲେ ୯୬ ବର୍ଷୀୟ ଧର୍ମପାଲ ଗୁଲାଟୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି କାନ୍ଦି ପକାଇଛନ୍ତି ଏମଡିଏଚ୍‌ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ। ୯୬ବର୍ଷୀୟ ଗୁଲଟୀ ସୁଷମାଙ୍କ ଶେଷ ଦର୍ଶନ ପାଇଁ ଭାଜପା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପରେ ତଳେ ବସି କାନ୍ଦିବାକୁ ଲାଗିଥିଲେ ଗୁଲାଟୀ। ଉପସ୍ଥିତ କିଛି ଲୋକ ତାଙ୍କୁ ସମ୍ଭାଳିଥିଲେ। ସୂଚନାଯୋଗ୍ୟ,ମଙ୍ଗଳବାର ରାତିରେ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ଦିଲ୍ଲୀ ଏମ୍ସଠାରେ ପରଲୋକ ଘଟିଥିଲା। ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବିଭିନ୍ନ ନେତା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ମରଶରୀର ଭାଜପା କାର୍ଯ୍ୟାଳୟକୁ ଅଣାଯାଇଥିଲା।

Share