କାନ୍ଦିଲେ ଧର୍ମେନ୍ଦ୍ର

ଭାଜପାର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ନେତାଙ୍କଠାରୁ ଆରମ୍ଭ କରି ବଲିଉଡ ଅଭିନେତା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ ମନେପକାଇ ସେ କାନ୍ଦିପକାଇଛନ୍ତି। ସୁଷମା ମୋ ଛୋଟ ଭଉଣୀ ପରି ଥିଲେ। ତାଙ୍କ ପ୍ରତିଟି କଥା ଆଜି ମନେପଡୁଛି। ଜଣେ ସରଳ ଏବଂ ମେଳାପି ସ୍ବଭାବର ମଣିଷ ଥିଲେ। ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share