କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି : ଦ୍ୱିତୀୟ ଦିନରେ ଧାରଣା

ଭଦ୍ରକ ଅଫିସ,୩ା୫- କାନ୍ତକବି ମଞ୍ଚ ପକ୍ଷରୁ ବାଇପାସ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ବୁଧବାର ଦ୍ୱିତୀୟ ଦିନରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଜନ୍ମମାଟିରେ ଏହା ଏକ ବିରାଟ ଅସମ୍ମାନ ବୋଲି କାନ୍ତକବି ମଞ୍ଚ ଓଡ଼ିଶା ପ୍ରଦେଶ ପକ୍ଷରୁ କୁହାଯାଇଥିଲା। ମଞ୍ଚ ପକ୍ଷରୁ ୮ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଥିଲା। ମଞ୍ଚ ପକ୍ଷରୁ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଦାବି ମାନଙ୍କ ମଧ୍ୟରେ ବାଇପାସ ଛକ ନିକଟରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରାଯାଇ ସେଠାରେ ଏକ ଛୋଟିଆ ପାର୍କ ନିର୍ମାଣ କରାଯାଉ, ମରଣୋତ୍ତର ଭାରତର ରତ୍ନ କିମ୍ବା ପଦ୍ମବିଭୂଷଣ ପ୍ରଦାନ କରାଯାଉ, ବନ୍ଦେ ଉକତ୍ଳ ଜନନୀକୁ ପ୍ରତ୍ୟେକ ବିଦ୍ୟାଳୟରେ ଗାନ କରାଯାଉ, ସେହିଭଳି ତାଙ୍କ ନାଁରେ ଏକ ଡାକ ଟିକଟ ପ୍ରଚଳନ କରାଯାଉ, କାନ୍ତକବିଙ୍କ ଏକ ସ୍ମାରକୀ ଗୃହ ଭଦ୍ରକରେ ପ୍ରତିଷ୍ଠା କରାଯାଉ, ନୂଆବସଷ୍ଟାଣ୍ଡ ନିକଟସ୍ଥ ପାର୍କକୁ କାନ୍ତକବିଙ୍କ ନାଁରେ ଘୋଷଣା କରାଯାଉ। ସେହିଭଳି ଜିଲାର ଏକ କଲେଜକୁ କାନ୍ତକବି ମହାବିଦ୍ୟାଳୟ ଭାବରେ ନାମିତ କରାଯାଉ। ଭଦ୍ରକର ଏକ ଅଞ୍ଚଳକୁ କାନ୍ତକବି ନଗର ଓ ଏକ ରାସ୍ତାକୁ କାନ୍ତକବି ମାର୍ଗ ଭାବରେ ନାମିତ କରାଯାଉ ବୋଲି ଦାବି କରାଯାଇଛି। ସ୍ମାରକ ପତ୍ର ପ୍ରଦାନ କରିବା ବେଳେ ଶିକ୍ଷାବିତ୍‌ ଅଧ୍ୟାପିକା ରାଧାରାଣୀ ପଣ୍ଡା, ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ, ଉତ୍କଳ ସମ୍ମିଳନୀର ସମ୍ପାଦକ ଅଜୟ ନାୟକ, ଓଡ଼ିଶା ସ୍ବାଭିମାନ ପରିଷଦର ସାଧାରଣ ସମ୍ପାଦକ ଡ. ନିରଞ୍ଜନ ବିଶ୍ୱାଳ, ନିରୁପମା ଦାସ, ପରମାନନ୍ଦ ମାଝୀ, ଯୁବନେତା ନଳିନୀ ମହାନ୍ତି, ଗାଁ ସାଥୀ ସଂଘର ଭଦ୍ରକ ଜିଲା ସଭାପତି ପ୍ରମୋଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri