କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍‌ କରିବାରେ ଉସ୍ତାଦ୍‌। ‘ବାକି ବାତେଁ ପିନେ ବାଦ୍‌’ରେ ହଜାର ହଜାର ଯୁବପିଢିଙ୍କୁ ଝୁମାଇଥିବା ଅର୍ଜୁନ ୨୦୧୩ରେ ‘ଗୋ ଗୋଆ ଗନ୍‌’ରେ ‘ଖୁନ୍‌ ଚୁସ୍‌ ଲେ’ ଗୀତ ମାଧ୍ୟମରେ ପ୍ରଥମେ ଲାଇମ୍‌ଲାଇଟ୍‌କୁ ଆସିଥିଲେ। କ୍ଲାସିକାଲ ଗୀତରେ ପ୍ରଶିକ୍ଷଣ ନେଇଥିବା ଏହି କଣ୍ଠଶିଳ୍ପୀ ‘ଫୁର୍‌ସତ୍‌’ ଓ ‘ଏକ୍‌ ଦଫା’ ସିଙ୍ଗିଲ୍ସରେ ହଇଚଇ କରିଦେଇଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ନେହା କକ୍କରଙ୍କ ସହ ତାଙ୍କ ଡୁଏଟ୍‌ ‘ଲା ଲା ଲା’ ୟୁଟ୍ୟୁବ୍‌ରେ ୭୫ ମିଲିୟନ୍‌ରୁ ଅଧିକ ଭ୍ୟୁ ସାଉଁଟିଛିି। ପ୍ରସିଦ୍ଧ ପାକିସ୍ତାନୀ କଣ୍ଠଶିଳ୍ପୀ ମୋମିନା ମୁସ୍ତେହସନ୍‌ଙ୍କ ସହ ସେ ଗାଇଥିବା ‘ଆୟେ ନା ତୁ’ ବି ସୁପରହିଟ୍‌ ହୋଇଥିଲା। ଏକାଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଥିବା ଅର୍ଜୁନ ଜଣେ ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ଭାବେ ଯେତିିକି ପରିଚିତ, ନିଜ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ସେତିକି ପ୍ରସିଦ୍ଧ। ନିକଟରେ ଭୁବନେଶ୍ୱରଠାରେ ଆୟୋଜିତ ମାକ୍‌ଡୋଏଲ୍ସର ବହୁଚର୍ଚ୍ଚିତ ନମ୍ବର ୱାନ୍‌ ୟାରି ଜାମ୍‌ ଫେଷ୍ଟ୍‌ରେ ଯୋଗଦେବାକୁ ଓଡ଼ିଶା ଆସିଥିବା ଅବସରରେ ତାଙ୍କ ସହ ସଂକ୍ଷିପ୍ତ ଆଳାପ।

ଗୁଗଲ୍‌ ଏବଂ ଓ୍ବିକିପିଡ଼ିଆରେ ଆପଣଙ୍କ ଘର ଓଡ଼ିଶା ବୋଲି ଲେଖା ଅଛି। ଓଡ଼ିଶା ସହ କି ସମ୍ପର୍କ ଅଛି?
*ମୁଁ ବି ବେଳେବେଳେ ଏହାକୁ ନେଇ କନ୍‌ଫ୍ୟୁଜ୍‌ ହୋଇଯାଏ। କାନୁନ୍‌ଗୋ ବୋଲି ମୋତେ ସମସ୍ତେ ଓଡ଼ିଆ ଭାବନ୍ତି। ହେଲେ ବାସ୍ତବରେ ମୁଁ ଓଡ଼ିଆ ନୁହେଁ। ମୋ ଘର ରାଜସ୍ଥାନରେ ଏବଂ ମୋ ପରିବାର ରାଜସ୍ଥାନରେ ହିଁ ରୁହନ୍ତି। ମୁଁ ବମ୍ବେରେ ଜନ୍ମହୋଇଛି ଓ ସେଠାରେ ବଡ଼ ହୋଇଛି। ହେଲେ ଓ୍ବିକିପିଡ଼ିଆରେ ମୋ ଘର ଓଡ଼ିଶା ଲେଖା ଅଛି ବୋଲି ମୁଁ ଜାଣି ନଥିଲି। ଆଜି ଜାଣିବାକୁ ପାଉଛି। ଏହାକୁ ବଦଳାଇବାକୁ ପଡ଼ିବ।
ଓଡ଼ିଶା ବିଷୟରେ କେତେ ଜାଣିଛନ୍ତି?
*ଓଡ଼ିଶାକୁ ଆଗରୁ ଆସିଛି। ହେଲେ ଶୋ’ ପାଇଁ ଆସିଲେ ବାହାରକୁ ଯାଇହୁଏନା କି ବୁଲିହୁଏନା। ଫାଙ୍କା ସମୟରେ ଏଠାକୁ ଆସି କିଛି ସମୟ ରହିବାକୁ ମୋର ଯୋଜନା ଅଛି। ସପ୍ତାହେ, ଦୁଇ ସପ୍ତାହ ରହି ଓଡ଼ିଶାର ପ୍ରସିଦ୍ଧ ସ୍ଥାନ ବୁଲିବି। ଏଠାକାର ମନ୍ଦିର ଓ ତା’ର ଆର୍କିଟେକ୍‌ଚର୍‌ ବହୁ ସୁନ୍ଦର ବୋଲି ଶୁଣିଛି। ତେଣୁ ସେଗୁଡ଼ିକ ଦେଖିବାକୁ ବହୁତ ଆଗ୍ରହ ଅଛି। ଖୁବ୍‌ଶୀଘ୍ର ଏକ ଟ୍ରିପ୍‌ ପ୍ଲାନ୍‌ କରିବି।
ଅନେକ ସେଲିବ୍ରିଟି ଏଠାକୁ ଆସି ଓଡ଼ିଆ ଖାଦ୍ୟ ମୋହରେ ପଡ଼ିଯାଆନ୍ତି। ଆପଣ କ’ଣ ଖାଇଛନ୍ତି?
*ମୁଁ ଏବେ ନୁହେଁ, ବହୁ ଆଗରୁ ଓଡ଼ିଆ ଖାଦ୍ୟ ଖାଇଛି। ଓଡ଼ିଶାର ଟ୍ରାଡିଶନାଲ ଫୁଡ୍‌ ମୋତେ ବହୁତ ଭଲଲାଗେ। ବିଶେଷକରି ଫ୍ରାଏଡ୍‌ ମାଛ ମୋର ଫେଭରାଇଟ୍‌। ଓଡ଼ିଶାରେ ଯେଉଁ ଫ୍ରେଶ ଓ୍ବାଟର୍‌ ଫିସ୍‌ ମିଳେ ତାହା ଆଉ କେଉଁଠି ମିଳେନା।
ଆଜିକାଲିର ରିମିକ୍ସ ଟ୍ରେଣ୍ଡ୍‌କୁ କେମିତି ଦେଖୁଛନ୍ତି?
*ମୁଁ ଏହାକୁ ଖୋଲାଖୋଲି ବିରୋଧ କରେ। ଗୋଟିଏ ଦୁଇଟି ଗୀତ ଠିକ୍‌ ଅଛି। ହେଲେ ଏବେ ଯେଉଁ ମାତ୍ରାରେ ରିମିକ୍ସ ହେଉଛି ସେମିତି ହେବା ଉଚିତ୍‌ ନୁହେଁ। ଆଜିକାଲି ପ୍ରତ୍ୟେକ ଫିଲ୍ମରେ ଯାହା ବି ହେଲେ ଗୋଟିଏ ରିମିକ୍ସ ରହୁଛି। ସବୁ ଫିଲ୍ମରେ ପ୍ରଥମେ ଏକ ରିମିକ୍ସ, ତା’ପରେ ଏକ ଲଭ୍‌ ସଙ୍ଗ୍‌ ଓ ଶେଷରେ ଏକ ପାର୍ଟି ସଙ୍ଗ୍‌ ରହୁଛି। ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ହେଲାଣି। ଫଳରେ ନୂଆ ଗୀତ ଆଉ ଆସୁନି କି ଭଲ ଗୀତ ତିଆରି ହେଉନି। ରିମିକ୍ସ କରିବା ଲୋକକୁ କ୍ରେଡିଟ୍‌ ମିଳୁଛି କିନ୍ତୁ ଯିଏ ଗୀତକୁ ବାସ୍ତବରେ କରିଛି ତାକୁ କ୍ରେଡିଟ୍‌ ମିଳୁନି। ଯେଉଁମାନେ ରିମିକ୍ସ କରୁଛନ୍ତି ସେମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ କରିବି ଯେ ୧୦ବର୍ଷ ପରେ ତୁମେ କ’ଣ କରିବ। ସେତେବେଳେ ରିମିକ୍ସ କରିବାକୁ ଆଉ କିଛି ନଥିବ।
ଏତେ ଭଲ ଭଲ ପାର୍ଟି ଆନ୍ଥେମ୍‌ କରିବା ପଛର ସିକ୍ରେଟ୍‌ କ’ଣ?
*ସିକ୍ରେଟ୍‌ ତ ନାହିଁ। ହେଲେ ଏତିକି କହିବି ନିଜେ ପାର୍ଟି କଲେ ଆନ୍ଥେମ୍‌ ଆପେ ଆପେ ହୋଇଯିବ।
ଆଗକୁ କ’ଣ କରିବାର ଯୋଜନା ରଖିଛନ୍ତିି?
*ସମାନ କାମ ବହୁତ କରିସାରିଲିଣି। ଏବେ କିଛି ନୂଆ କରିବାର ଅଛି। ନିକଟରେ ୩ଟି ଫିଲ୍ମ ପାଇଁ ଗୀତ ରେକର୍ଡ କରିଛି। ତାହା ଏବେଯାଏଁ ରିଲିଜ୍‌ ହୋଇନି। ଡିସେମ୍ବରରେ ଏକ ସିଙ୍ଗିଲ୍‌ ରିଲିଜ ହେବ। ଆଶାକରୁଛି ପାର୍ଟି ଲଭର୍‌ଙ୍କ ପାଇଁ ତାହା ଏକ ଭଲ ଗୀତ ହେବ।
କେବଳ ହିନ୍ଦୀ ନା ଆଉ କେଉଁ ଭାଷାରେ ଗୀତ ଗାଇବାର ଆଗ୍ରହ ଅଛି?
*ମୋତେ ସବୁ ଭାରତୀୟ ଭାଷାରେ ଗାଇବାର ଆଗ୍ରହ ଅଛି। ଯଦି ଓଡ଼ିଆରେ ବି ଅଫର୍‌ ମିଳେ ତାହେଲେ ନିଶ୍ଚୟ ଗାଇବି।
ସାମ୍ପ୍ରତିକ ସମୟରେ ରିଆଲିଟି ଶୋ’ଗୁଡ଼ିକ ପ୍ରତିଭାମାନଙ୍କୁ ଭଲ ପ୍ଲାଟ୍‌ଫର୍ମ ଦେଉଛି ନା ଏକ ନେଗ୍‌ଟିଭ୍‌ ବାତାବରଣ ସୃଷ୍ଟିକରୁଛି?
*ନିଶ୍ଚିନ୍ତଭାବେ ଏହା ଭଲ ପ୍ଲାଟ୍‌ଫର୍ମ। ଆଜିକାଲିର ରିଆଲିଟି ଶୋ’ରେ ପ୍ରତିଯୋଗିତା ବଢିଗଲାଣି। ଏକ୍ସପୋଜର୍‌ ବି ଭଲ ହେଲାଣି। ତେଣୁ ଯେଉଁମାନେ ଗାଇବାର ସୁଯୋଗ ପାଉନାହାନ୍ତି ସେମାନଙ୍କୁ ମୁଁ ଏତିକି କହିବି ରିଆଲିଟି ଶୋ’କୁ ଯାଅ। ସେଠାରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଅ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri