Categories: ଖେଳ

କାନାଡ଼ା ବୋଲର ସସ୍‌ପେଣ୍ଡ

ଦୁବାଇ, ୩୧ା୧ (ପି.ଟି.)-କାନାଡ଼ା ବୋଲର ରକିବ୍‌ ଶାମସୁଦ୍ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ ହୋଇଛନ୍ତି। ଏହି ସ୍ପିନ ବୋଲରଙ୍କ ବୋଲିଂ ଆକ୍ସନ ଅବୈଧ ଥିବା ଚଳିତ ୧୯ ବର୍ଷରୁ କମ୍‌ ଆଇସିସି (ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ) ବିଶ୍ୱକପ୍‌ ଇଭେଣ୍ଟ ପ୍ୟାନେଲର ହୃଦ୍‌ବୋଧ ହୋଇଥିଲା। ଜାନୁୟାରୀ ୨୨ରେ କାନାଡ଼ାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବେଳେ ଏହି ୧୮ ବର୍ଷୀୟ ବୋଲରଙ୍କ ବିରୋଧରେ ମ୍ୟାଚ ଅଫିସିଆଲମାନେ ଅଭିଯୋଗ ଆଣିଥିଲେ। ଶାମସୁଦ୍ଦିନଙ୍କ ବୋଲିଂ ଆକ୍ସନର ଭିଡ଼ିଓ ଫୁଟେଜ୍‌କୁ ଆଇସିସି ପ୍ୟାନେଲ ଅଫ୍‌ ହ୍ୟୁମ୍ୟାନ ମୁଭମେଣ୍ଟ ସ୍ପେଶାଲିଷ୍ଟର ସଦସ୍ୟମାନେ ସମୀକ୍ଷା କରିଥିଲେ। ବୋଲିଂ ନିୟମର ଧାରା ୬.୭ ଅନୁସାରେ ଶାମସୁଦ୍ଦିନଙ୍କ ବୋଲିଂ ଆକ୍ସନ ଅବୈଧ ବୋଲି ପ୍ୟାନେଲ ସିଦ୍ଧାନ୍ତରେ ପହଞ୍ଚିଥିଲା। ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଥିବା ଆଇସିସି ଏକ ପ୍ରେସ ୍‌ଇସ୍ତାହାରରେ ପ୍ରକାଶ କରିଛି।

Share