କାନାଡ଼ାରେ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାର: କିଙ୍ଗ୍‌ମେକର ମୂଳ ଭାରତୀୟ ଜଗମିତ୍‌ ସିଂ

ଓଟାଓ୍ବା,୨୩।୧୦: କାନାଡ଼ାରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲିବେରାଲ ପାର୍ଟି ଅଫ୍‌ କାନାଡ଼ା ଅଧିକ ସଂଖ୍ୟକ ଆସନରେ ସଫଳ ରହିଛି। ତାଙ୍କ ପାର୍ଟିକୁ ୧୫୭ ଆସନ ମିଳିଛି। ତେବେ ସେ ବହୁମତଠାରୁ ୧୩ଟି ଆସନ ପଛୁଆ ରହିଛନ୍ତି। ମୋଟ ୩୩୮ ଆସନରୁ ସରକାର ଗଠନ ପାଇଁ ୧୭୦ ଆସନ ଆବଶ୍ୟକ। ନିର୍ବାଚନରେ ମୂଳ ଭାରତୀୟ ଜଗମିତ୍‌ ସିଂଙ୍କ ନ୍ୟୁ ଡୋମୋକ୍ରାଟିକ୍‌ ପାର୍ଟିକୁ ୨୪ ଆସନ ମିଳିଛି। ଜଗମିତ୍‌ ଏବେ ସରକାର ଗଠନରେ କିଙ୍ଗ୍‌ମେକର୍‌ ସାଜିଛନ୍ତି। ତାଙ୍କ ସହଯୋଗରେ ଟ୍ରୁଡୋ ପୁଣିଥରେ ଶାସନ ଡୋର ଧରିବେ। ଅପରପକ୍ଷରେ କଞ୍ଜରବେଟିଭ୍‌ ପାର୍ଟି ୧୨୧ ଆସନରେ ବିଜୟ ଲାଭ କରିଛି। ସେହିପରି ବ୍ଳୋକ୍‌ କ୍ୟୁବେକୋଇସ୍‌ ପାର୍ଟିକୁ ୩୨ ଏବଂ ଗ୍ରୀନ୍‌ ପାର୍ଟିକୁ ୩ଟି ଆସନ ମିଳିଛି। ନିର୍ବାଚନରେ ୧୮ ଜଣ ପଞ୍ଜାବୀ ବିଜୟୀ ହୋଇଥିବାବେଳେ ଟ୍ରୁଡୋଙ୍କ ପାର୍ଟିର ୨୩ ଜଣ ପଞ୍ଜାବୀ ସଦସ୍ୟ ବିଜୟ ଲାଭ କରିଛନ୍ତି।

Share