କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା, ବାହାରକୁ ଗଲେ ହାତ ଧୋଇବା, ସାମାଜିକ ଦୂରତାକୁ ମାନିବା, କ୍ୱାରାଣ୍ଟାଇନରେ ରହିବା ଆଦି ଚିତ୍ର ଆଙ୍କି ସେ ବେଶ ଚର୍ଚ୍ଚିତ ହୋଇଛନ୍ତି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାକୁ ସାଇକେଲ ଯୋଗେ ଯାଇ ଲୋକମାନଙ୍କୁ ନିଜର ଚିତ୍ର ଦେଖାଇ ସଚେତନତା ସୃଷ୍ଟି କରୁଛନ୍ତି। ସେ ଆଙ୍କିଥିବା ଚିତ୍ରଗୁଡ଼ିକ ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି ା ଲୋକେ ତାଙ୍କ ଚିତ୍ର ଦେଖି ସଚେତନ ମଧ୍ୟ ହେଉଥିବା ମୃତ୍ୟୁଞ୍ଜୟ କହିଛନ୍ତି।
ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ବାରିକ ଭଦ୍ରକ କଳାବିକାଶ କେନ୍ଦ୍ରରେ ଡିଗ୍ରୀ ହାସଲ କଲାପରେ ଚିତ୍ରକଳାକୁ ଆଦରି ନେଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ତାଙ୍କ ଚିତ୍ର ଆଦୃତି ଲାଭ କରିଛି ା ତାଙ୍କ ପିତା ସୁରେନ୍ଦ୍ର ବାରିକ ଆରଡ଼ି ଅଞ୍ଚଳରେ ଜଣେ ଚିତ୍ରଶିଳ୍ପୀ ଭାବେ ମଧ୍ୟ ବେଶ ପରିଚିତ। କାନଭାସରେ କରୋନା ଚିତ୍ର ଆଙ୍କି ବାସ୍ତବରେ ମୃତ୍ୟୁଞ୍ଜୟ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଆଗକୁ ସେ ସମାଜର ଅସହାୟମାନଙ୍କ ଜୀବନକୁ ନେଇ ଚିତ୍ରକଳା ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଏତଦ୍‌ବ୍ୟତୀତ ପୁରସ୍କାର ପାଇଁ ନୁହେଁ ବରଂ ସମାଜରେ ଦୁସ୍ଥ ଲୋକଙ୍କ ପାଇଁ ତାଙ୍କ ଚିତ୍ର ସାରା ପୃଥିବୀରେ ଆଦୃତି ଲାଭ କଲାଯାଏ ପ୍ରଚେଷ୍ଟା ଅବ୍ୟାହତ ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri