କାଦୋ ସରସର ଖାଲଢ଼ିପ ରାସ୍‌ତା: ପଲ୍‌ହା ରୁଇ ପରତିବାଦ ଜନାଲେ ଗଁ।ର ମହିଲା

 

ବିନିକା,୨୦।୮(ଡି.ଏନ୍‌.ଏ.):
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ ତିଲେଇମାଲ ଗଁ। ର ମହିଲାମାନେ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ଥାନୀୟ ପରଶାସନକେ ପରତିବାଦ୍‌ ଜନେଇଛନ୍‌।
ଗଁାର ମହିଲାମାନକର କହିବାର ହିସାବେ ବହୁତ ବଛର ହେଲା ତିଲେଇମାଲରୁ ରାମପୁର-ଅରିଗଁା ଆର୍‌ଡି ରାସ୍‌ତାକେ ଯୁଡ଼ି ହେଉଥିବାର ୪ କି.ମି. ରାସ୍‌ତାର ଖାଲି ୧୦ ମିଟରକେ ପଁଚେତ୍‌ ତରଫୁ କଂକ୍ରିଟ କରାଯାଇଛେ। ହେଲେ ସେ ଦିନ୍‌ଠାନୁ ଆଏଜ୍‌କେ ଦେଢ଼ ବଛର ହେଲା ରାସ୍‌ତା ମରାମତି, ତିଆରି ତ ଦୂରର କଥା ଆଏଜ୍‌ତକ ଇ ରାସ୍‌ତାରେ ମାଟି ମୁଠେ ନୁହେ ପଡ଼େ। ଯେନ୍‌ଥିରଲାଗି ବରଷା ହେଲେ ରାସ୍‌ତାରେ ଅଁାଠେ କାଦୋ ହେଉଛେ, ଅନେକ ଜାଗାରେ ଗାଡ଼ଖାଲ ହେଇ ପାଏନ୍‌ ଜମୁଛେ। ଏହେଦେ ବରଷା ଦିନେ ଅବସ୍‌ତା ଏନ୍‌ତା ଯେ, ଇ ରାସ୍‌ତାରେ ଯମ୍‌ ବି ନାଇଁ ଯାଏ ବଲି ଗଁାର ମହିଲାମାନେ ଅଭିଯୋଗ କରିଛନ୍‌। ରାସ୍‌ତା ମରାମତି ଦିଗେ ପରଶାସନର ଚରମ ଅବହେଲାକେ ନଜରରେ ରଖି ଗଁାର ମହିଲାମାନେ ଇ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଯଦି ଆଗ୍‌କେ ପରଶାସନ ରାସ୍‌ତା ତିଆରି ଦିଗେ ପଦକ୍ଷେପ ନାଇଁ ନେବା, ଆମେ ମହିଲାମାନେ ରାସ୍‌ତାକେ ଉତିରମୁ ବଲି ତିଲେଇମାଲ ଗଁାର ଆରତୀ କୁଦେଇ, ପଦ୍ମିନୀ କୁମ୍ଭାର, ସୁଭଳୟା ଦୀପ, ହେମକାନ୍ତି ମଲ୍ଲିକ, ସନ୍ଧ୍ୟା ଜାଲ, ପାଠ ଜାଲ, ବିମଳା ବିଶି, ଯଶୋବନ୍ତୀ ଜାଲ, ରୁକ୍ମିଣୀ ମଲ୍ଲିକ, ଭଗବତୀ ବଗର୍ତ୍ତି, ସତ୍ୟବତୀ ଭୁଏ, ନମିତା ଦୀପ ପରମୁଖ ମହିଲାମାନେ ଥାନୀୟ ପରଶାସନକେ ଚେତାବନୀ ଦେଇଛନ୍‌।