କାଠ ଚୋରିର ହେବ ତଦନ୍ତ

କଣିହଁ।,୨୧ା୪ (ଡି.ଏନ.ଏ.)

କଣିହଁ। ବନାଞ୍ଚଳ ହନୁମାନପୁର ସେକ୍ସନର ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କାଟି କାଠ ମାଫିଆମାନେ ଚୋରି କରିବାରେ ଲାଗିଛନ୍ତି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ କେବଳ ଜଙ୍ଗଲରୁ ନିଅଁା ଲିଭାଇବା ଓ ଗ୍ରାମାଞ୍ଚଳରେ ପଶିଥିବା ହାତୀ ଘଉଡ଼ାଇବା କାର୍ଯ୍ୟରେ ବ୍ୟସ୍ତ ରହୁଛି। ଫଳରେ ସୋମବାର ସାପକଟା ସଂରକ୍ଷିତ ଜଙ୍ଗଲରୁ ବହୁ ଶାଳ ଗଛ କଟାଯାଇଥିବା ଜଣାପଡ଼ିଛି। ଉକ୍ତ କାଠଗୁଡ଼ିକୁ ସାଇଜ୍‌ କରି ଜଙ୍ଗଲ ମଧ୍ୟରେ ଚାଲାଣ ପାଇଁ ରଖାଯାଇଛି। ତେବେ ସୁରକ୍ଷା ନିମନ୍ତେ ଏକ ବିଟ୍‌ ହାଉସ୍‌ ରହିଥିଲେ ମଧ୍ୟ କେମିତି ମାଫିଆମାନେ ନିୟମିତ ଏପରି କାଠ ଚୋରି କରୁଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଞ୍ଜର ନୀଳମଣି ଦେହୁରୀ କହିଛନ୍ତି, ଶାଳଗଛ କଟାଯାଇଥିବା ଖବର ମିଳିଛି। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।