କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ କାଠ ରଖିଥିବା ଅଭିଯୋଗରେ ବାପଙ୍କୁ ବନ ବିଭାଗ ଗିରଫ କରିଛି। ଏହା ସହ ଗୋଟିଏ ଶଗଡ ଗାଡି, ୧୪ଖଣ୍ଡ ଶାଳପଟ୍ଟା ଜବତ କରିବା ସହ ଅଭିଯୁକ୍ତ ବାପଙ୍କୁ କୋର୍ଟଚାଲାଣ କରାଯାଇଛି। ଖବର ମୁତାବକ ମଙ୍ଗଳବାର ପୂର୍ବାହ୍ନରେ ରିଆମାଳ ବନାଞ୍ଚଳ ଅଧିନ ପୁରମୁଣ୍ଡା ଗ୍ରାମର ପଞ୍ଚାନନ ବେହେରା ତାଙ୍କ ପୁଅ କେଶବ ବେହେରା (୨୮) ଓ କାଳିଆ ବେହେରା (୨୪) ଏକ ଶଗଡରେ ଜଙ୍ଗଲରୁ କାଠ କାଟି ଆଣୁଥିବା ବେଳେ ବନରକ୍ଷୀ ବବିତା ନାଏକ ସେମାନଙ୍କୁ ଅଟକାଇ ଥିଲେ। କାଳିଆ ଓ କେଶବ ବନରକ୍ଷୀ ବବିତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ସେଠାରୁ କାଠ ନେଇ ଚାଲି ଆସିଥିଲେ। ଏ ସମ୍ପର୍କରେ ବବିତା ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚିବା ପରେ ପଚରାଉଚୁରା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ଫରେଷ୍ଟରଙ୍କୁ କେଶବ ଓ କାଳିଆ ମଧ୍ୟ ଗାଳି ଗୁଳଜ କରିବା ସହ ମାଡ ମାରିଥିଲେ। ଫରେଷ୍ଟର ଘଟଣା ସମ୍ପର୍କରେ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନି କାନ୍ତ ଦାଶଙ୍କୁ ସୂଚନା ଦେଇଥିଲେ। ବନ ବିଭାଗର ସ୍ବତନ୍ତ୍ର ଦଳ ମାଜିଷ୍ଟ୍ରେଟଙ୍କ ସହ ଅଭିଯୁକ୍ତଙ୍କ ଘରକୁ ଯାଇ ଚଢାଉ କରିଥିଲେ। ଚଢାଉ ସମୟରେ ଆକ୍ରମଣକାରୀ ୨ଭାଇ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରୁ ୧୪ଖଣ୍ଡ ଶାଳପଟ୍ଟା ଓ ଗୋଟିଏ ଶଗଡକୁ ଜବତ କରାଯାଇଥିଲା। ଘର ମାଲିକ ତଥା ଅଭିଯୁକ୍ତ ୨ ଭାଇଙ୍କ ବାପା ପଞ୍ଚାନନଙ୍କୁ ଗିରଫ କରିଥିଲା ବନ ବିଭାଗ। ବିଭିନ୍ନ ଦଫାରେ ମାମଲା ଋୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାିଛି। ସେହିପରି ଆକ୍ରମଣର ଶିକାର ଫରେଷ୍ଟର ତୁଷାର ରଞ୍ଜନଙ୍କ ଅଭିଯୋଗ ଆଧାରରେ ରିଆମାଲ ଥାନା ପୋଲିସ କେଶବ ଓ କାଳିଆଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ଋୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri